୨୬୭ ବୋତଲ କଫ୍‌ ସିରଫ ଜବତ୍‌ : ଜଣେ ଗିରଫ

0 124

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ତମିଆଁ ବଜରଙ୍ଗବଳୀ ଛକରୁ ୨୬୭ ବୋତଲ କଫ ସିରଫ ଜବତ୍‌ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗଜିନ ରଣାଙ୍କ ପୁଅ ସୁମିତ (୨୨) ବୋଲି ଜଣାପଡିଛି । ଏହା ପରେ ଅବକାରୀ ବିଭାଗ ସୁମିତ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ନେଇ ଅବକାରୀ ଉପନିରିକ୍ଷକ ସତ୍ୟନାରାୟଣ ଦାସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ଼ ଉପ ଅବକାରୀ ନିରିକ୍ଷକ ସତ୍ୟନାରାୟଣ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ତମିଆଁ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେମାନେ ବଜରଙ୍ଗବଳୀ ଛକ ପାଖରେ ଥିବା ସୁମିତର ଘର ଉପରେ ନିଜର ରଖିଥିଲେ । ଅଏଲାତୁଙ୍ଗା ପଟୁ ସୁମିତ ଏକ ଭର୍ତ୍ତି ଜରି ବସ୍ତା ନେଇ ଘରକୁ ଆସୁଥିଲା । ଠିକ ଏହି ସମୟରେ ଅବକାରୀ କର୍ମଚାରୀମାନେ ସୁମିତକୁ ତା ଘର ସମ୍ମୁଖରେ କାବୁ କରିନେଇଥିଲେ । ଛାନଭିନ୍ନ ପରେ ସୁମିତ ଧରିଥିବା ଭର୍ତ୍ତି ଜରି ବସ୍ତାରେ କଫ ସିରଫ ବାହାରିଥିଲା । ଅବକାରୀ ବିଭାଗ ଘଟଣା ସ୍ଥଳରୁ କଫ ସିରଫ ଜବତ୍‌ ସହ ସୁମିତକୁ ଗିରଫ କରି ପାଟଣାଗଡ଼ ସ୍ଥିତ କାର୍ଯ୍ୟାଳୟକୁ ଆଣିଥିଲା । ସୁମିତଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ପ୍ରକାଶ ଥାଉକି ପ୍ରାୟ ଦୁଇ ବର୍ଷ ତଳେ ଲରମ୍ଭା ଥାନା ଅଞ୍ଚଳର ଜଣେ ଜଣାଶୁଣା କରେକ୍ସ ବ୍ୟବସାୟୀର ଅକାଳ ମୃତ୍ୟୁ ହେବା ପରେ ଏବେ ତା’ର ସହଯୋଗୀ ମାନେ ଏହି ଥାନା ଅଞ୍ଚଳରେ ତାଙ୍କ ବ୍ୟବସାୟକୁ ଚାଲୁରଖିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏମାନଙ୍କ ମାଷ୍ଟରମାଇଣ୍ଡ ପାଟଣାଗଡ଼ ଥାନା ଗ୍ରାମାଞ୍ଚଳର ଜନୈକ କ୍ୱାକ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ପେଟ୍ରୋଲିଂ ସମୟରେ ଅବକାରୀ ଉପ ନିରିକ୍ଷକ ଙ୍କ ସମେତ ମୋବାଇଲ୍‌ ୟୁନିଟ ଓଆଇସି ମଞ୍ଜୁପ୍ରତିମା ଏକ୍କା , ଏଏସଆଇ ଗୀତାଞ୍ଜଳି କୁମ୍ଭାର, ଅବକାରୀ କର୍ମଚାରୀ ବୁଲୁ ସେଠି, ମତିଲାଲ ସାଗର, ଜତେନ୍ଦ୍ର ସେଠି, ଗୁଣମତି ମାଝି, ହରିଶ ପଟେଲ, ଆଶିଷ ବାଗ, ବିନୟ ପଟେଲ ଓ ଭିଷ୍ମୟ ଗଡତ୍ୟା ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

13 + 8 =