ବିକାଶ ୱିସଡମ୍‌ ପାର୍କ ପରିସରରେ କ୍ୟାରିୟର କାଉନସେଲିଂ କର୍ମଶାଳା ଆୟୋଜିତ

0 130

ଭବାନୀପାଟଣା: ବିକାଶ ୱିସଡମ ପାର୍କ ପରିସରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ କ୍ୟାରିୟର କାଉନସେଲିଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ୱର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ରାଷ୍ଟ୍ରୀୟ ତାଲିମଦାତା ଆର୍‌. ଏସ. ଭି. କ୍ରିଷ୍ଣା ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିକାଶ ଗ୍ରୁପ୍‌ ଅଫ୍‌ ଇନଷ୍ଟିଚ୍ୟୁସନ୍‌ ଭବାନୀପାଟଣାର ନିର୍ଦ୍ଦେଶକ ଡି. ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି. ରାମ କୁମାର, ବିକାଶ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନ୍‌ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ୱର ରାଓ ପ୍ରମୁଖ ଛାତ୍ର ଛାତ୍ରୀଙ୍କ ମାର୍ଗ ଦର୍ଶନ କରିଥିବା ବେଳେ ମୁଖ୍ୟ ବକ୍ତା ଆର୍‌. ଏସ. ଭି. କ୍ରିଷ୍ଣା ଛାତ୍ରଛାତ୍ରୀଙ୍କ କ୍ୟାରିୟର କାଉନସେଲିଂ ତଥା ସେମାନେ ଆଗାମୀ ପରୀକ୍ଷା ନିମନ୍ତେ ନିଜକୁ କିପରି ପ୍ରସ୍ତୁତ କରିବେ ଓ ଚାପ ମୁକ୍ତ ରହିବେ ସେ ସମ୍ପର୍କରେ ଦିଗ୍‌ ଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବି. ବି.ଏ ଅଧ୍ୟକ୍ଷ ଡ଼ଃ ସୁଦୀପ୍ତ ଜନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ କରିବାରେ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ନାୟକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen + sixteen =