ଆରମ୍ଭ ହେଲା ଭାରତ ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା

0 226

ଦଶପଲ୍ଲା : ୧୮୦୨ ମସିହାରୁ ଆରମ୍ଭ ହୋଇଥିବା ଦଶପଲ୍ଲା ଲଂକାପୋଡି ଯାତ୍ରାର ଆଦ୍ୟ ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ, ମହାବୀରକ୍ଷେତ୍ର (କଳାଗ୍ରାମ) ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୁ ଶ୍ରୀରଘୁନାଥ ଓ ମହାବୀରଙ୍କ ମନ୍ଦିର ପରିସରରେ, ବୈଦିକ ପରଂପରା କ୍ରମେ ମହାସମାରୋହରେ ପାଳିତ ହୋଇଯାଇଛି । ଆଜିଠାରୁ ଓଡ଼ିଶାର ସର୍ବପ୍ରାଚୀନ ମୁକ୍ତାକାଶ ରଂଗମଞ୍ଚ ଅଭିନୟ ତଥା କଳା -କାରିଗରୀ, ନୃତ୍ୟ ସଂଗୀତ ସମାହାରରେ ଏହି ଲଙ୍କାପୋଡ଼ି ଯାତ୍ରା ଅନୁଷ୍ଠିତ ହୋଇଥାଏ । ରୀତିନୀତି ଅନୁଯାଇ ଶୋତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ପ୍ରଭୁଙ୍କର ଚଳନ୍ତି ବିଗ୍ରହଙ୍କୁ ଜନ୍ମ ମଣ୍ଡପକୁ ବିଜେ କରିବା ପରେ, ଜନ୍ମବିଧି ହୋମଯଜ୍ଞ ପରେ, ଶ୍ରୀରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଜନ୍ମ ପରେ, ନାଭି ଛେଦନ, ଦୁଗ୍ଧ ପାନ ଓ ନାମକରଣ ନୀତି ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ମନ୍ଦିର ସମ୍ମୁଖସ୍ଥ ମୁଖ୍ୟମଞ୍ଚରେ ବିକ୍ରମ ନରେନ୍ଦ୍ର ଭଣିତ ରାମଲୀଳା ପୋଥି ଅନୁଯାୟୀ ଜନ୍ମଲୀଳାଭିନୟ ଅନୁଷ୍ଠିତ ହୋଇଯାଇଛି । ମାଲ୍ୟବନ୍ତ, ମାଳି, ସୁମାଳି ଦୈତ୍ୟଙ୍କ ଯୁଦ୍ଧ ଅଭିଯାନରୁ ଏହି ଲୀଳା ଅଭିନୟ ଆରମ୍ଭ ହୋଇଥାଏ । ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ମହାବୀର କ୍ଷେତ୍ର ଦଶପଲ୍ଲାରେ ଏକ ବିରାଟ ହିନ୍ଦୁ ସାଧୁସନ୍ଥ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଶତାଧିକ ଶ୍ରଦ୍ଧାଳୁ ଉପବାସ ରହିବା ସହ ଘରେ ଘରେ ପୂଜା ଉପାସନା, ପୂର୍ଣ୍ଣକୁମ୍ଭ ଆଦି ସ୍ଥାପନ ପୂର୍ବକ ପୂଜାର୍ଚ୍ଚନା କରି ହିନ୍ଦୁ ସାଧୁସନ୍ଥଙ୍କୁ ସ୍ୱାଗତ କରିବାସହ ପ୍ରଭୁକୃପା ଲାଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one + 16 =