୭ବର୍ଷର ପ୍ରାକୃତିକ ବିପର୍ଯ୍ୟୟ ଅନୁଦାନ ରାଶି ପାଇଁ ତହସିଲଙ୍କ ଦ୍ୱାରସ୍ଥ ହେଲେ ଚାଷୀନେତା

0 148

ହରଭଙ୍ଗା :୨୦୧୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ହରଭଙ୍ଗା ବ୍ଲକରେ ହୋଇଥିବା ବିଭିନ୍ମ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମଂଜୁର ହୋଇଥିବା ପ୍ରାୟ ୬୮ଲକ୍ଷ ଟଙ୍କା ଚାଷୀଙ୍କୁ ନ ଦେଇ ବ୍ୟାଙ୍କରେ ପଡି ରହିଛି । କିସାନ ସଙ୍ଘର ବାରମ୍ବାର ଦାବିକୁ ଉପେକ୍ଷା କରାଯାଇଛି । ଏପରିକି ସଙ୍ଘ ଚାଷୀ ମାନଙ୍କଠୁ ପାସବୁକର ଜେରକ୍ସ କପି ଦେଲେ ମଧ୍ୟ ତହସିଲଦାର ଅଫିସର ଚରମ ଅବହେଳା ଯୋଗୁଁ ଆଜକୁ ୬ ମାସ ହେଲା କୌଣସି ପଦକ୍ଷେପ ନିଆଯାଉନି । ଫଳରେ ଆଜି ଚାଷୀନେତା ସୂର୍ଯ୍ୟ ମହାପାତ୍ରଙ୍କ ନେତୃତ୍ୱରେ ତପନ ଡାଙ୍ଗ, କାଳିନ୍ଦୀ ଖେତୀ ପ୍ରମୁଖ ଚାଷୀ ହରଭଂଗା ତହସିଲକୁ ଯାଇ ତୁରନ୍ତ ଟଙ୍କା ଚାଷୀଙ୍କୁ ଦେବାପାଇଁ ଦୃଢ ଦାବି ଜଣାଇଥିଲେ । ନଚେତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ । ତହସିଲଦାର ମହୋଦୟ ସାତ ଦିନ ଭିତରେ ସମସ୍ତ ଟଙ୍କା ଦେବାପାଇଁ ଦୃଢ ପ୍ରତିଶୃତି ଦେଇଥିବା ଜଣାପଡିଛି । ଦେଖା ଯାଉ ଯାହା ସାତ ବର୍ଷରେ ହୋଇପାରିନି ତାହା ସାତ ଦିନରେ ହେଉଛି ନାଁ ପ୍ରତିଶୃତିରେ ରହିଯାଉଛି ।

hiranchal ad1
Leave A Reply

Your email address will not be published.

ten + six =