ରାୟଗଡାରେ ଜଳାପୋଡ଼ା ପରେ ନୂଆପଡାରୁ ଠାବ ହେଲା ମାଓକ୍ୟାମ୍ପ, ରାଜ୍ୟରେ ସକ୍ରିୟ ହେଉଛନ୍ତି ମାଓବାଦୀ

0 79

ସିନାପାଲି : ନୂଆପଡା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ଦକ୍ଷିଣ ଓଡ଼ିଶାରେ ପୁଣି ସକ୍ରିୟ ହେଉଛନ୍ତି ମାଓବାଦୀ । ରାୟଗଡାରେ ଲାଲବାହିନୀର ତାଣ୍ଡବ ପରେ ନୂଆପଡାରେ ଠାବ ହୋଇଛି ମାଓ କ୍ୟାମ୍ପ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝୋଲାପଡା ଗାଁ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । ଏଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । ନୂଆପଡା ଏସପି ରାଘେବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ସୂଚନା
ଦେଇ କହିଛନ୍ତି, ବିଶେଷ ସୂତ୍ରରୁ ଖବର ପାଇ ନୂଆପଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ଗତ ୨୯ ତାରିଖ ଦିନ ଏସ୍‌ଓଜି, ଡିଭିଇ ଓ ସିଆର୍‌ପିଏଫ ସିନାପାଲି ଓ ବୋଡେନ ଅଞ୍ଚଳରେ ମିଳିତ କୁମ୍ବିଂ ଅପରେସନ ଜାରି ରଖିଥିଲା । ଖବର ପାଇ ସିନାପାଲି ଝୋଲାପଡା ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ରହୁଥିବା ସୂଚନା ପାଇ ଅପରେସନକୁ ଆହୁରି ବ୍ୟାପକ କରାଯାଇଥିଲା । ଏହି ଖବର ମାଓବାଦୀମାନେ ଜାଣିବା ପରେ ଉକ୍ତ ସ୍ଥାନରୁ ଛତ୍ରଭଙ୍ଗ ଦେଇଥିଲେ । ଉକ୍ତ ସ୍ଥାନରୁ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା କହିଛନ୍ତି ଏସପି ।

hiring

ଜବତ ସାମଗ୍ରୀ ମାନଙ୍କ ମଧ୍ୟରେ ରହିଛି ହ୍ୟାଣ୍ଡ ଗ୍ରେନେଡ, ରେଡ଼ିଓ, ସୋଲଡିଂ ମେସିନ, ବ୍ୟାଟେରୀ, ମାଓ ପୋଷାକ,ମାଓ ପୁସ୍ତିକା ଏବଂ ଖାଦ୍ୟପେୟ । ବର୍ତ୍ତମାନ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଏସ୍‌ଓଜି, ଡିଭିଇ ଓ ସିଆର୍‌ପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ନୂଆପଡା ଏସପି ।
ସୂଚନାଥାଉ କି, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ୯ଟି ମେସିନ ଜାଳି ଦେଇଛନ୍ତି ମାଓବାଦୀ । ଗତକାଲି ରାତିରେ ୧୦ରୁ ଅଧିକ ମାଓବାଦୀ ଆସି ଏହି ଭଳି କାଣ୍ଡ ଭିଆଇଛନ୍ତି । କ୍ରସର କର୍ମଚାରୀଙ୍କ ଠାରୁ ମୋବାଇଲ ଛଡ଼ାଇ ନେବା ସହ କ୍ରସରରେ ଥିବା ଦୁଇଟି ପ୍ରୋକଲିନ, ୫ଟି ହାଇୱା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ସଶସ୍ତ୍ର ମାଓବାଦୀ । ଏହାପରେ ବାଂଶଧାରା ଘୁମୁସୁର ନାଗାବଳୀ ଡ଼ିଭିଜନ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଥିବା ଦେଖାଯାଇଛି ।

hiranchal ad1
Leave A Reply

Your email address will not be published.

one × 3 =