ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ “ସୀମା’

0 92

ବାଲିଗୁଡ଼ା: ଷଷ୍ଠ ରାଜ୍ୟ ସ୍ତରୀୟ ନାଟକ ଉତ୍ସବରେ ଅନ୍ତରଙ୍ଗ ନାଟକ “ସୀମା’ ମଞ୍ଚସ୍ଥ । ଓଡ଼ିଶାର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ନାୟିକା ର ୧୮ତମ ପ୍ରତିଷ୍ଠା ଦିବସ ସମାରୋହରେ ବାଲେଶ୍ୱର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ରେ ଆୟୋଜିତ ନାଟକ ଉତ୍ସବ ର ତୃତୀୟ ସନ୍ଧ୍ୟା ରେ ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଏବଂ ଅନନ୍ୟ ସାଂସ୍କୃତିକ ଅନୁଷ୍ଠାନ ନାଟ୍ୟଚେତନାର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା । ହିନ୍ଦୀ ଭାଷାରେ ରଚିତ ଏହି ‘ନାଟକ ପୂର୍ବରୁ ନାଟ୍ୟଗ୍ରାମ୍ୟ ପକ୍ଷରୁ ୨୩ତମ ଲୋକ ନାଟକ ମେଳା ରେ ମଞ୍ଚସ୍ଥ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।
ଏହି ନାଟକ ୧୫ ତାରିଖ ଦିନ କଲିକତାରେ ଆୟୋଜିତ ଜାତୀୟ ସ୍ତରୀୟ ନାଟକ ପ୍ରତିଯୋଗିତା ରେ ସାମିଲ କରି ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରୁଛି ନାଟ୍ୟଚେତନା । ଝାଡ଼ଖଣ୍ଡର ଆଦିବାସୀ ଯୁବକ ଯୁବତୀ ଓ କନ୍ଧମାଳର ପ୍ରକୃତି କୋଳରେ ଅତି ନିକଟରେ ବସବାସ କରୁଥିବା ଉପାନ୍ତ ଅଞ୍ଚଳର ଆଦିମ ଜନଜାତିର ଯୁବକ ଯୁବତୀଙ୍କୁ ନେଇ ଏହି ନାଟକ ନିର୍ମାଣ କରାଯାଇଛି । ଏହି ନାଟକରେ ଜନଜାତିଙ୍କ ଜଙ୍ଗଲ ଜମି ଅଧିକାର ସମ୍ପର୍କରେ ପୃଷ୍ଠଭୂମି ରହିଛି । କନ୍ଧମାଳର ଯୁବନାଟ୍ୟକାର ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ବାଲିଗୁଡ଼ା ଅଞ୍ଚଳର ସାତଜଣ କଳାକାର ଏଥିରେ ଅଂଶ୍ରହଣ କରିବାର ସୁଯୋଗ ପାଇଛନ୍ତି । ଏହି ନାଟକରେ ସାନ୍ତାଳୀ କୁଇ ଓ କୋଶଳୀ ଭାଷାଭାଷୀରେ ସଙ୍ଗୀତ ଓ ନୃତ୍ୟ ସହ ସଂଳାପ ଦର୍ଶକ ଶୁଣି ଏବଂ ଅଭିନୟ ଦେଖି ଉଚ୍ଚ ପ୍ରଶଂସା କରିଛନ୍ତି । ବିଭିନ୍ନ ଭୂମିକାରେ ମନୋଜ ଶୁଭଶ୍ରୀ ନୀଳାମ୍ବର ସୁଜାତା ରାହୁଲ ରମେଶ ଦୁଲାରୀ ଆସନା ବିକାଶ ଆମ୍ବେଦକର ଶକ୍ତି ମାନ ଗାୟତ୍ରୀ ଏବଂ ଅକ୍ଷୟ ଅଭିନୟ କରିଥିବା ବେଳେ ବରିଷ୍ଠ ମଞ୍ଚ କଳାକାର ନୀଳାମ୍ବର ସହ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ । ନାଟ୍ୟକାର ତଥା ନିର୍ଦ୍ଦେଶକ ସୁବୋଧଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ନାଟ୍ୟ ଚେତନା ଦ୍ୱାରା ପ୍ରଯୋଜିତ ଏହି ଥିଏଟର ଭାରତୀୟ ଥିଏଟର ଶୈଳୀରେ ନିର୍ମିତ ହେଇଥିବାରୁ ଏହାର ସ୍ୱତନ୍ତ୍ରତା ରହିଥିବାରୁ ଦିନକୁ ଦିନ ଜନାଦୃତ ବଢୁଛି ।

hiranchal ad1
Leave A Reply

Your email address will not be published.

15 − thirteen =