ନଦୀରେ ଭାସିଯାଇ ଜଣେ ମୃତ

0 213

ବାଲିଗୁଡ଼ା: ମୃତ୍ୟୁ କେତେବେଳେ କେମିତି ଆସିବ କିଏ ବା ଜାଣିଛି? ହେଲେ ଏଠି କିନ୍ତୁ ମୃତ୍ୟୁ ଜଗିଥିଲା ନଦୀ ଘାଟରେ । କାଳ ସାଜିଲା ରାହୁଲ ନଦୀର ପ୍ରଖର ସ୍ରୋତ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ଅଞ୍ଚଳରେ । ସୂଚନା ପ୍ରକାରେ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ଛକା ସାହିର ରାଇସିଙ୍ଗି ପାତ୍ର ନାମକ ଜଣେ ବ୍ୟକ୍ତି ଗତକାଲି ଦିନ ପ୍ରାୟ ୧୧ ଘଣ୍ଟିକା ସମୟରେ ବିଲରୁ ଫେରି ସାହି ନିକଟ ଦେଇ ଯାଇଥିବା ରାହୁଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ଗାଧୋଉଥିବା ସମୟରେ ହଠାତ୍‌ ମାଡି ଆସିଥିଲା ପ୍ରବଳ ପାଣି । ଫଳରେ ନଦୀରୁ ବାହାରି ନପାରି ଭାସିଯାଇଥିଲେ ରାଇସିଙ୍ଗି ।

hiring

ରାଇସିଙ୍ଗି ଘରକୁ ଫେରିବାରେ ବିଳମ୍ବ ହେବାରୁ ସମ୍ପର୍କୀୟ ଓ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନଦୀ ଘାଟକୁ ଯାଇ ଦେଖିଲା ବେଳକୁ ନଦୀ ବଢି ଯାଇଥିବା ଜାଣିବାକୁ ପାଇଥିଲେ । ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ରାଇସିଙ୍ଗିଙ୍କ ସନ୍ଧାନ ନମିଳିବାରୁ ନଦୀକୁ ନେଇ ସମସ୍ତଙ୍କ ସନ୍ଦେହ ଜାତ ହୋଇଥିଲା । ଆଜି ଗ୍ରାମବାସୀ ନଦୀର ବିଭିନ୍ନ ସ୍ଥାନରେ ଖୋଜିଲା ବେଳକୁ ଏକ ବୁଦା ମୂଳରେ ରାଇସିଙ୍ଗିଙ୍କ ମରଶରୀର ଲାଗିଥିବା ଦେଖିବାକୁ ପାଇଥିଲେ । ଏହାପରେ ପରିବାର ଲୋକେ ତୁମୁଡ଼ିବନ୍ଧ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ଅଧିକାରୀ ତରୁଣ ତପନ ବେହେରା ଏବଂ ଅଗ୍ନିଶମ ବାହିନୀ ଅଧିକାରୀ ମନୋଜ କୁମାର ସାହୁ ନିଜ ଟିମ୍‌ ସହ ପହଞ୍ଚିଥିଲେ । ପୂର୍ବତନ ବିଧାୟକ ରାଜୀବ ପାତ୍ରଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

nineteen − eight =