ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା

0 133

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ମେଳା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ମେଳାରେ ମୁଖ୍ୟ ବିଷୟବସ୍ତୁ ଭାବେ ଅବିରତ ବିକାଶ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମେତ ଅବିରତ କୃଷି ପଦ୍ଧତି,ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟ, ସାଧନ ପରିଚାଳନା, ଔଦଗିକ ବିକାଶ ଭବିଷ୍ୟତ ପରିବହନ ଓ ଯୋଗାଯୋଗ ଏବଂ ଶୈକ୍ଷିକ ଖେଳ ଗାଣିତିକ ପ୍ରତିରୂପ ଥିଲା । ଏଥିରେ ବ୍ଲକର ୨୭ଟି ଉଚ୍ଚ ବିଦ୍ୟାଳୟ ୩୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୬ଟି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ୯୮ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଡିଓ ଗଦାଧର ପାତ୍ର ସମ୍ମାନିତ ଅତିଥି ଭାବେ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ,ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଗୋକୁଳ ଚନ୍ଦ୍ର ନାୟକ, ଅତିରିକ୍ତ ଶିକ୍ଷା ଅଧିକାରୀ ଉପେନ୍ଦ୍ର ଉତ୍ତର କବାଟ ପ୍ରମୁଖ ଉପସ୍ଥିତ ରହିଥିଲେ କ୍ଷ ମେଳାରେ ବିଚାରକ ଭାବେ ବାଲିଗୁଡା ବ୍ଲକର ଦୁଇ ଜଣ ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ବେହେରା ଓ ସୁଦାମ କୁମାର ସ୍ୱାଇଁ ଯୋଗଦେଇ ଭଲ ପ୍ରଦର୍ଶନ କରିଥିବା ୫ଟି ପ୍ରକଳ୍ପକୁ ଜିଲ୍ଲାସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ଚୟନ କରାଯାଇଥିଲା । ଜିଲ୍ଲା ସ୍ଥରକୁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ଧୂସାରୀ ଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସୁନିମା ପ୍ରଧାନ ସିମନବାଡ଼ି ହାଇସ୍କୁଲର ସ୍ମିତରଞ୍ଜନ ସାହୁ ଓ ଆୟୁଷ ସାହୁ , ରାପଡ଼ା ବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାୟଲ ମାଝୀ, କଟାସିଂ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସିନ୍ଧୁମା ପ୍ରଧାନ । ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସିଆରସିସି ସନିଆ ପ୍ରଧାନ ସଂଯୋଜନା କରିଥିବା ବେଳେ ସିଆରସିସି ବନ୍ଧୁରାଜ ଉଠାଣ ସିଂ,ଅର୍ଜୁନ ପ୍ରଧାନ ଜୟଦେବ ସାହୁ ରମାକାନ୍ତ ଦିଗାଲ, ଅନିଲ କୁମାର ନାୟକ, ଅନିରୁଦ୍ଧ ବାଗ, ବଳରାମ ନାୟକ, କହିନ ପ୍ରଧାନ, ରଜତ ସିଂ ବଳଭଦ୍ର ମଲ୍ଲିକଙ୍କ ସମେତ ସିମନବାଡ଼ି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିଶିର ପଟ୍ଟନାୟକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକଙ୍କ ସମେତ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

12 + five =