ଲୁଣିବାହାଲ ପ୍ୟାକ୍ସରେ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

0 182

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ଶୈଳେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବିସିସିବି ପୁରୁଣାକଟକ ଶାଖା ପରିଚାଳକ ସୌମ୍ୟଜିତ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲୁଣିବାହଲ ପ୍ୟାକ୍ସ ପ୍ରତିଷ୍ଠାତା ସୁବାଷ ପ୍ରଧାନ ଓ ପ୍ୟାକ୍ସ ସମ୍ପାଦକ ସଂଜୀବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପୁରୁଣାକଟକ ପ୍ୟାକ୍ସ ସମ୍ପାଦକ ପ୍ରଦୀପ କୁମାର ଅମାତ ମଞ୍ଚ ପରିଚାଳନା କରିଥିବା ବେଳେ ତିଲେଶ୍ୱର ପ୍ୟାକ୍ସ ସମ୍ପାଦକ ଶୁଭ୍ରଜିତ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସେହିପରି ରାଜ୍ୟ ସରକାରଙ୍କ ତରଫରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଥିବା କୃଷି ଋଣ ଦ୍ୱାରା ଚାଷୀ ମନେ କିପରି ଉପକୃତ ହେବେ ସେନେଇ ସମ୍ପାଦକ ଶ୍ରୀପ୍ରଧାନ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ମହିଳା ଗ୍ରୁପ ଓ ଜଣେ ଚାଷୀଙ୍କୁ ଋଣ ପ୍ରଦାନ କରାଯାଇଥିବା ବେଳେ ସଫଳ ଚାଷୀ ଭାବେ ସତ୍ୟନାରାୟଣ ନାଏକ, ହୃଷିକେଶ ବାରିକ, ରତ୍ନାକର ପ୍ରଧାନ, ଓଁମ ସାଇରାମ ଜେଏଲ୍‌ଜି , ମା ଶାରଳା ଜେଏଲଜି ଆଦି ଚାଷୀଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାକ୍ସ ସଭାପତି ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ । ଅବିଭକ୍ତ ତିଳେଶ୍ୱର ସେବା ସମବାୟ ସମିତିରୁ ୨୦୦୦ ମସିହାରେ ଲୁଣିବାହାଲ ପ୍ୟାକ୍ସ ସ୍ୱତନ୍ତ୍ର ପ୍ୟାକ୍ସ ମାନ୍ୟତା ପାଇଥିଲା । ଏହି ମାନ୍ୟତା ପାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୁବାଷ ପ୍ରଧାନ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ଼ିଇଓ ପ୍ରତାପ ପ୍ରଧାନ, ଜମ୍ବେଶ୍ୱର କର୍ଣ୍ଣ, ଅରୁଣ ଅମାତ, ସଞ୍ଜୟ ଦୀପ ସମେତ ସମସ୍ତ ନିର୍ଦ୍ଦେଶକ ଓ ବହୁ ସଂଖ୍ୟାରେ ଚାଷୀ ମାନେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

five × 1 =