ଗୁରୁ ଡ. ପିତାମ୍ବର ବିଶ୍ୱାଳ ଓ ନୃସିଂହ ଚରଣ ପଟ୍ଟନାୟକଙ୍କୁ ‘ବିମୁଗ୍ଧା’ ସମ୍ମାନ

0 216

ପାରଳାଖେମୁଣ୍ଡି : ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ “ପଦାମୃତ ନୃତ୍ୟାୟନ” ତରଫରୁ ଭଞ୍ଜକଳା ମଣ୍ଡପ ଠାରେ ତୃତୀୟ ”ବିମୁଗ୍ଧା”-୨୦୨୩ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶୀ ନୃତ୍ୟଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ , ମର୍ଦ୍ଦଳ ଗୁରୁଶ୍ରୀ ଧନେଶ୍ୱର ସ୍ୱାଇଁ , ଗୁରୁ ସୁତପା ତାଲୁକଦାର , ପଦାମୃତ ନୃତ୍ୟାୟନର ଉପଦେଷ୍ଟା ଗୁରୁ ରଘୁନାଥ ପାତ୍ର ଏବଂ ସଭାପତି କେ. ରାମା ସ୍ୱାମୀ କାର୍ଯ୍ୟକ୍ରମରେ ଅତିଥି ଭାବେ ମଞ୍ଚାସୀନ ଥିଲେ ।
ଏହି ଅବସରରେ ଗୁରୁ ଡ.ଶ୍ରୀ ପିତାମ୍ବର ବିଶ୍ୱାଳ ଓ ପାରଳାର ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକଙ୍କୁ ”ବିମୁଗ୍ଧା”-୨୦୨୩ ସମ୍ମାନରେ ସମ୍ମାନୀତ କରାଯାଇ ଉପଢୌକନ, ମାନପତ୍ର ଓ ପାଞ୍ଚ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଦ୍ୟ ବାଣୀ ଗୁରୁକୁଳର ଛାତ୍ରମାନଙ୍କ ଦ୍ୱାରା ଦଳଗତ ମର୍ଦ୍ଦଳ ବାଦନ କରାଯାଇଥିଲା । ପରେ ରୁଦ୍ରାକ୍ଷ ଫାଉଣ୍ଡେସନ୍‌ ଭୁବନେଶ୍ୱରର ନୃତ୍ୟ ଶିଳ୍ପୀ ସଞ୍ଜୀବ କୁମାର ଜେନାଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ, ସୁରଭି ଅନୁଷ୍ଠାନ ଭୁବନେଶ୍ୱର ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ ଏବଂ ପରିଶେଷରେ ପଦାମୃତ ନୃତ୍ୟାୟନର ଛାତ୍ରୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ବିଦୁପ୍ରିୟା ଓ ପ୍ରୀତିପ୍ରିୟା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

11 + seventeen =