ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ

0 67

ଖଡ଼ିଆଳ: ନୂଆପଡା ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆସିଛନ୍ତି । ଏହି ଅବସରରେ ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ବୁଝିବା ସହ ସ୍ୱାସ୍ଥ୍ୟ କାର୍ଡ ନେଇ ଆସୁଥିବା ହିତାଧିକାରୀଙ୍କୁ ଅନ୍ତେବାସୀ ରୋଗୀ ଭାବରେ ଚିକିତ୍ସା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନଚେତ ତାଙ୍କୁ ବାହ୍ୟ ରୋଗୀ ରୂପେ ପ୍ରାଥମିକ ପରୀକ୍ଷା ବାବଦକୁ ୫/୭ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ଼ାନ୍ତ ହେଉଛନ୍ତି । ଏହାକୁ ନେଇ ଖଡ଼ିଆଳ ବିକାଶ ମଞ୍ଚ ପକ୍ଷରୁ ଜିଲ୍ଲା ସଂଯୋଜକଙ୍କ ସହ ଫୋନରେ ଯୋଗାଯୋଗ କରାଇଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅର୍ଥ ଫେରାଉଥିବା ଜିଲ୍ଲା ସଂଯୋଜକ ପ୍ରକାଶ କରିଥିଲେ । କାର୍ଡ ନେଇ ଆସୁଥିବା ରୋଗୀଙ୍କୁ ଅନ୍ତେବାସୀ ରୋଗୀର ମାନ୍ୟତା ଦେଇ ଚିକିତ୍ସା କରିବାକୁ ଶ୍ରୀମତି ପଣ୍ଡିତ କହିଥିଲେ । ଏହି ଗସ୍ତରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଚୌଧରି, ମିଶନ ନିର୍ଦ୍ଦେଶକ ଡ଼ଃ ନିବେଦିତା ପରମାନିକ, ଡ଼ଃ.ଅଜିତ ସିଂ , ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଦିଲୀପ ଦୁବେ ପ୍ରମୁଖ ସାମିଲ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

one × five =