ମହିଳା ମହାବିଦ୍ୟାଳୟ ଠାରେ ଜାତୀୟ କନ୍ୟା ଦିବସ ପାଳିତ

0 128

ପାରଳାଖେମୁଣ୍ଡି : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ଗଜପତି ତରଫରୁ ମହିଳା ମହାବିଦ୍ୟାଳୟର ୨୦୦ରୁ ଉଦ୍ଧ୍ୱର୍ ଛାତ୍ରୀଙ୍କୁ ନେଇ ଜାତୀୟ କନ୍ୟା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଅରବିକ ଦେବି ଓ ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତିପାଠୀ ପ୍ରମୁଖ ଯୋଗଦେଇଥିଲେ । ସର୍ବ ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ବେଟି ବଚାଅ ବେଟି ପଢାଅ ବାଲ୍ୟ ବିବାହ ବନ୍ଦ କରିବା ଭୃଣ ହତ୍ୟା ବନ୍ଦ କରିବା ଦିଗରେ ଆଲୋଚନା କରି ସଚେତନ କରାଇଥିଲେ । ସେହିପରି ମହାବିଦ୍ୟାଳୟର ଅଧ୍ୟକ୍ଷା ଜାତୀୟ କନ୍ୟା ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଧାରଣା ଦେଇଥିଲେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପିତୃ ମାତୃ ହୀନ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନା ଯଥା ଗ୍ରିନ ପାସେଜ, ପୃଷ୍ଠ ପୋଷକ ଯୋଜନା ବିଷୟରେ ଆଲୋଚନା କରିଥିଲେ ଓ ଶିଶୁ ଅଧିକାର ଉପରେ ବୁଝାଇଥିଲେ । ଆଜିକାର କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲା ସମସ୍ତ ଛାତ୍ରୀଙ୍କ ଉଦ୍ଦେଶ୍ୟରେ କେକ କାଟି କନ୍ୟା ଦିବସ ପାଳନ କରାଯାଇଥିଲା ଓ ସମସ୍ତ ଛାତ୍ରୀଙ୍କୁ ମିଠା ବଣ୍ଟନ କରାଯାଇଥିଲା । ଏହି ଅବସରରେ ପୂର୍ବରୁ ବିଭିନ୍ନ ସ୍କୁଲ ଓ ମହାବିଦ୍ୟାଳୟରେ ହୋଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଯଥା ଅରଚନା ବଡରଇତ, ଜୁଲି ସିଂ ରିବିକା ରଇତ, ପୁଷ୍ପାଞ୍ଜଳୀ ସେଠି ଓ ଲିସାରାଣି ପାଢୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ ।

hiranchal ad1
Leave A Reply

Your email address will not be published.

10 + nine =