ତୃତୀୟ ରାଜ୍ୟ ସ୍ତରୀୟ ମା’ ଭୈରବୀ ମହୋତ୍ସବ ଉଦଘାଟିତ

0 184

ହରଭଙ୍ଗା :କଳା, ସଂସ୍କୃତି, ପରମ୍ପରା, ଭକ୍ତି ଓ ଭାବନାର ମହା ମିଳନ ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ବାସିନୀ ବାଉଁଶ ରାଣୀ ମା ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା ଭୈରବୀ ମହୋତ୍ସବ ଗୁରୁବାର ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ପ୍ରଥମେ ମା ଜଗତ ଜନନୀ ଭୈରବୀଙ୍କ ପୀଠରୁ ବିଜୟ ପ୍ରତିମା ଓ ମଶାଲ ଶୋଭାଯାତ୍ରାରେ ବାହାରି ହଜାର ହଜାର ଲୋକଙ୍କ ସମାଗମରେ ଦୁଲୁଦୁଲି, ଘଣ୍ଟ ବାଦ୍ୟ, ନାମ ସଂକୀର୍ତ୍ତନ, ମେଲୋଡି, ଲୋକଦଣ୍ଡ ନୃତ୍ୟ, ଘୋଡାନାଚରେ ମହୋତ୍ସବ ପଡିଆକୁ ନିଆଯାଇଥିଲା । ପରେ ମାଁ ଙ୍କ ପୂଜାର୍ଚ୍ଚନା ଓ ସନ୍ଧ୍ୟା ଆଳତୀ କରଯାଇଥିଲା । ପରେ ପରେ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଘାଟିତ ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ, ଲୋକ ସଂପର୍କ, ସୂଚନା ମାନ୍ୟବର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ, ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ମହୋତ୍ସବ ସଭାପତି ଅଶୋକ ଅଗ୍ରୱାଲ, ଆବାହକ ବିଭୁଦତ୍ତ ବୋଷ, ସମ୍ପାଦକ ଅଶୋକ ସେଠି ପ୍ରମୁଖ ମଞ୍ଚସିନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣୀଆଁ ଓ ଅଶୋକ ମହାନ୍ତି । ପରେ ସ୍ଥାନୀୟ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ଆଞ୍ଚଳିକ କଳାକାର ଏବଂ ଓଡିଶା ର ସୁନାମଧନ୍ୟ କଳାକାରଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ଝୁମିଥିଲେ । ମହୋତ୍ସବକୁ କମିଟିର ଉପସଭାପତି ସରୋଜ ପ୍ରଧାନ, ସହ ସମ୍ପାଦକ ସୁବାସ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ପ୍ରଧାନ, ସଦସ୍ୟ ସତୀଶ ବେହେରା, ବିଜୟ କହଁର, ସୁକାନ୍ତ ପଟ୍ଟନାୟକ, କୈଳାସ ଅଗ୍ରୱାଲା, ସରୋଜ ପ୍ରଧାନ ପ୍ରମୁଖ ସମସ୍ତ ସଦସ୍ୟଙ୍କ ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ ସୁସ୍ୱାଦୁ ଖାଦ୍ୟ ଷ୍ଟଲ, ମିନବଜାର ଗୁଡିକରେ ଲୋକଙ୍କ ମହୋତ୍ସବ ପଡିଆରେ ଭିଡ଼ ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମ ଗୁରୁବାରଠୁ ଆରମ୍ଭ ହୋଇ ଆଗମୀ ୨୧ ତାରିଖ ପର୍ଯ୍ୟନ୍ତ ୬ଦିନଧରି ଚାଲିବା ନେଇ ଅନୁଷ୍ଠାନର ସଭାପତି ଅଶୋକ ଅଗ୍ରୱାଲ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × two =