ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଅଙ୍କକୁ ଖସିଲା ସଂକ୍ରମଣ, କୋଭିଡ କଟକଣାକୁ ମାନିବାକୁ ପ୍ରଶାସନର ଗୁରୁତ୍ୱାରୋପ

0 93

ସୁବର୍ଣ୍ଣପୁର: କରୋନାର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଇଁଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ବହୁବିଧ ବ୍ୟବସ୍ଥା ସହ ସମ୍ପୂର୍ଣ ପ୍ରସ୍ତୁତ ହୋଇ ରହିଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଗସ୍ତ କରିବାସହ ହୋମ ଆଇସୋଲେସନରେ ଥିବା କୋଭିଡ ରୋଗୀ ତଥା କୋଭିଡ ଯତ୍ନ କେନ୍ଦ୍ର ଗୁଡିକୁ ଯାଇ ତୃଣମୂଳ ସ୍ତରରେ ଅଧିକାରୀ ଓ ରୋଗୀଙ୍କ ସହ ସିଧାସଳଖ ଭାବ ବିନିମୟ କରି ରୋଗୀଙ୍କ ମନୋବଳକୁ ଦୃଢିଭୂତ କରୁଛନ୍ତି । ଏହି କ୍ରମରେ ଗତକାଲି ପିଡିଡିଆରଡି ଏ, ଡୋଳାମଣି ପଟେଲ ଡୁଙ୍ଗୁରିପାଲି ବ୍ଲକ ଗସ୍ତ କରି ସାମ୍ପ୍ରତିକ କରୋନା ସ୍ଥିତିର ଅନୁଧ୍ୟାନ କରି ଘରେ ଚିକିତ୍ସିତ କୋଭିଡ ରୋଗୀଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲା ପ୍ରଶାସନ କରୋନାର ତୃତୀୟ ଲହରକୁ ପ୍ରତିହତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୭୪୬ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୯୧୦ ଜଣ ପଜିଟିଭ ଚି଼ହ୍ନଟ ହୋଇଥିବା ବେଳେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଜିଲ୍ଲାର କରୋନା ଆରୋଗ୍ୟ ସଂଖ୍ୟା ୪୪୫ ଥିବାବେଳେ ଏହାର ହାର ୯୩.୨୬ ପ୍ରତିଶତ ରହିଛି ଓ ୧୮ ତାରିଖରେ ଜିଲ୍ଳାରେ ୧୭୦୦ ଜଣଙ୍କୁ କରୋନା ଟିକା ଦିଆଯାଇଛି ଏବଂ ଏହିଦିନ ୯୫ ଜଣ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ସାମାନ୍ୟ ଲକ୍ଷଣ ଥିବା ରୋଗୀମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଇଛି ଏବଂ ପ୍ରାୟ ସମସ୍ତେ ଆରୋଗ୍ୟ ଲାଭ କରୁଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ରାପିଡ଼ ରେସପୋନ୍ସ ଟିମ ର ଡାକ୍ତର ଏବଂ ସହାୟକ ଦଳ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷଣ ନଜର ରଖିବା ସହିତ ଆବଶ୍ୟକ ଔଷଧ ଓ ଚିକିତ୍ସା ପରାମର୍ଶ ଯୋଗାଇ ଦେଉଛନ୍ତି । ସୋନପୁର ଓ ଡୁଙ୍ଗୁରିପାଲି ଠାରେ ନବନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟକୁ ସମ୍ଭାବ୍ୟ କୋଭିଡ ପରିସ୍ଥିତିର ମୁକାବିଲା କରିବା ପାଇଁ ଆବଶ୍ୟକ ଶଯ୍ୟା, ଆଇସିୟୁ ଏବଂ ପାଇପ ଲାଇନ ଅକ୍ସିଜେନ ଯୋଗାଣ ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ପ୍ରତି ବ୍ଲକରେ ଡାକ୍ତର ଓ ସହାୟକମାନଙ୍କୁ ନେଇ ଗଠିତ ରାପିଡ଼ ରେସପୋନ୍ସ ଟିମ ଜିଲ୍ଲାରେ ଦେଖାଦେଇଥିବା କରୋନା ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ସିଧାସଳଖ ଅନୁଧ୍ୟାନ କରି ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ପରାମର୍ଶ ପ୍ରଦାନ କରୁଛନ୍ତି । ଜିଲ୍ଲାର ପ୍ରତି ବ୍ଲକରେ ବରିଷ୍ଠ ଅଧିକାରୀମାନେ ପ୍ରତିଦିନ ଭିଡିଓ କଲ ମାଧ୍ୟମରେ ବିଭିନ୍ନ କରୋନା ରୋଗୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି । ଜିଲ୍ଲାର ମୁଖ୍ୟ କୋଭିଡ ନିୟନ୍ତ୍ରଣ କକ୍ଷ ସୋନପୁର ମ୍ୟୁନିସିପାଲିଟିର ସଭା ଗୃହରେ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିଛି ଏବଂ ଏହା ଜିଲ୍ଲାର ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ପରିସ୍ଥିତି ଉପରେ ନଜର ରଖିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର କୋଭିଡ ନୋଡାଲ ଅଧିକାରୀ ଡେପୁଟି କଲେକ୍ଟର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ପ୍ରତିଦିନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରୁଛନ୍ତି । କରୋନା ଦୈ÷ନିକ ସଂକ୍ରମଣ ଶହେରୁ ଖସି ଦୁଇ ଅଙ୍କରେ ରହିବା ଜିଲ୍ଲା ପାଇଁ ଗୋଟିଏ ଆଶ୍ୱାସନାର ଖବର ଓ ଏହା ସହିତ ସମସ୍ତେ ମାସ୍କ ପରିଧାନ କରିବା, ନିର୍ଦ୍ଦର୍ିଷ୍ଟ ନିରାପଦ ଦୂରତ୍ୱ ବଜାୟ ରଖିବା ଏବଂ ସମସ୍ତ କୋଭିଡ ନିର୍ଦ୍ଦେଶାବଳି ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 − fourteen =