ବାଲିହରଚଣ୍ଡି ପୀଠରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ , 4ଜଣଙ୍କୁ ବାନ୍ଧିଲା ପୁଲିସ

0 197

ପୁରୀ : ବ୍ରହ୍ମଗିରି ର ବାଲିହରଚଣ୍ଡି ପୀଠରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ସାଂଘାତିକ ଅଭିଯୋଗ ଆସିଛି। ଏହି ଘଟଣା ସାରା ବ୍ରହ୍ମଗିରି ଅଞ୍ଚଳରେ ଚର୍ଚ୍ଚା ହୋଇଥିବା ବେଳେ ପୋଲିସ 4ଜଣଙ୍କୁ ଗିରଫ କରିଛି। ଘଟଣାକୁ ନେଇ ଆଜି ଯୁବତୀର ଡାକ୍ତରୀ ମାଇନା କରାଯାଇଛି। ଗତ ଶନିବାର ସ୍ପେସଲ ସ୍କ୍ୱାର୍ଡ ସ୍ଥାନୀୟ ଚଣ୍ଡୀପୁଟ ଗ୍ରାମର ତିନିଜଣ ଯୁବକଙ୍କୁ ଅଟକ ରଖି ପଚରଉଚରା କରିଥିଲା। ବାଲିହରଚଣ୍ଡି ଏକ ପର୍ଯ୍ୟଟନ ସ୍ଥଳୀ। ଏଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସୁଥିବା ବେଳେ ନିକଟରେ ଥିବା ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଇ ଥାଆନ୍ତି। ଶୁକ୍ରବାର ଜଣେ ଯୁବକ ଓ ଯୁବତୀ ବାଲିହରଚଣ୍ଡି ବୁଲିବାକୁ ଆସି ଥିବାବେଳେ ସ୍ଥାନୀୟ ଚଣ୍ଡୀପୁଟ ଗ୍ରାମର ଚାରି ଜଣ ଯୁବକ ସେମାନଙ୍କର ଫଟୋ ଚିତ୍ର ଉତ୍ତୋଳନ କରିବା ସହିତ ବ୍ଳାକ୍ ମେଲିଂ ମଧ୍ୟ କରିଥିଲେ। ପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।

hiranchal ad1
Leave A Reply

Your email address will not be published.

five × three =