ନୂଆପଡା ଜିଲ୍ଲାରେ ବନ ବିଭାଗର ବିଟ୍‌ ହାଉସ୍‌ ଉଡାଇଲେ ମାଓବାଦୀ

0 75

ନୂଆପଡା: ନୂଆପଡା ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବୋମା ପକାଇ ବନ ବିଭାଗର ବିଟ୍‌ ହାଉସ୍‌ ଉଡାଇ ଦେଲେ ମାଓବାଦୀ । କିଛି ଦିନର ବ୍ୟବଧାନ ପରେ ଆଜି ସଦର ଥାନା ଗୋଳାବନ୍ଧ ଗାଁରେ ଲାଲବାହିନୀ ଏଭଳି ଉତ୍ପାତ କରିଛନ୍ତି । ବିଟ୍‌ ହାଉସ୍‌ ଉଡାଇବା ସହ ଏକ ଜେସବି ମେସିନ ଜାଳି ଦେଇଛନ୍ତି । ଏହାପରେ ଗାଁର ବିଭିନ୍ନ ସ୍ଥାନରେ ସରକାରୀ ବିରୋଧୀ ମାଓ ପୋଷ୍ଟର ଲଗାଇ ପଳାଇଛନ୍ତି । ନୂଆପଡା ଏକ ମାଓ ପ୍ରବଣ ଜିଲ୍ଲା ଭାବରେ ଚର୍ଚ୍ଚିତ ଥିବାବେଳେ ଗତ କିଛି ଦିନ ହେବ ମାଓବାଦୀଙ୍କ ନୀରବତା ରହିଥିଲା । ଆଜି ପୁଣି ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଛି ।

hiring

ସଦର ଥାନା କେରମେଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଲାବନ୍ଦ ଗାଁରେ ଲଙ୍କାକାଣ୍ଡ ଘଟାଇଛି ମାଓ ସଙ୍ଗଠନ । ଗାଁରେ ଥିବା ବିଟ୍‌ ହାଉସକୁ ବୋମା ମାଡ଼ କରି ଉଡାଇ ଦେଇଥିବା ବେଳେ ଏକ ଜେସିବିକୁ ନିଆଁ ଲଗାଇ ପୋଡ଼ି ଦେଇଥିବା ଦେଖାଦେଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୂଆପଡା ମେନପୁର ମାଓ ସଂଗଠନ ଏହି କାଣ୍ଡ ଭିଆଇଥିବା ସୂଚନା ମିଳିଛି । କେନ୍ଦ୍ରରେ ବିଜେପି ସରକାର, ରାଜ୍ୟରେ ବିଜୁ ଜନତା ଦଳ ସରକାର ଏବଂ ଛତିଶଗଡ଼ କଂଗ୍ରେସ ସରକାର ଜନତାଙ୍କ ସପକ୍ଷରେ କାର୍ଯ୍ୟ କରୁନାହାଁନ୍ତି । କେବଳ ବଡ଼ ବଡ଼ କମ୍ପାନୀଙ୍କ ସ୍ୱାର୍ଥ ପାଇଁ କାମ କରୁଛନ୍ତି ଏବଂ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ମାଓ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଏହାର ପ୍ରତିବାଦରେ ସେମାନେ ଏଭଳି କାଣ୍ଡ ଘଟାଇଥିବା ପୋଷ୍ଟର ଜରିଆରେ କହିଛନ୍ତି । ଏହି ଘଟଣା ପରେ ସିଆରପିଏଫ, ଏସଓଜି, ଡିଭିଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି କମ୍ବି ଅପରେସନକୁ ଜୋରଦାର କରିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

12 − one =