ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ

0 95

ବାଲିଗୁଡା : ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ । ନୂତନ ପଂଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବେ ସାଇନ ଗ୍ରାମ ପଂଚାୟତର ଛଅ ୱାର୍ଡବାସୀ । ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ନନ୍ଦମାହା ସମେତ ଛଅ ୱାର୍ଡ଼ବାସୀଙ୍କ କହିବା କଥା ଯେ ପୂର୍ବରୁ ସେମାନେ କୁଡୁତୁଲୀ ଗ୍ରାମ ପଞ୍ଚାୟତରେ ଥିଲେ ସାଇନପଡା ପଞ୍ଚାୟତ ଗଠନ ବେଳେ ଗ୍ରାମବାସୀଙ୍କୁ ନଜଣାଇ ସାଇନପଡା ଗ୍ରାମପଞ୍ଚାୟତରେ ମିଶାଇ ଦିଆଗଲା । ଏନେଇ ଗ୍ରାମବାସୀ କ ନୂଆଗାଁ ବିଡ଼ିଓ. ଉପ ଜ଼ିଲ୍ଲାପାଳ ମୁଖ୍ୟ ଶାସନ ସଚିବ ଓ ପଞ୍ଚାୟତରାଜ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ଶେଷରେ ବାଧ୍ୟହୋଇ ଗ୍ରାମବାସୀ ମିଳିତ ଭାବେ ବୈଠକ କରି ଭୋଟ ବର୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି । ଗାଁରେ ପାନୀୟ ଜଳ ସଙ୍କଟ ସହିତ ଗରିବ ହିତାଧିକାରୀଙ୍କୁ ବିଜୁ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନଥିବାରୁ ଲୋକ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନିକ ଅଧିକାରୀ ଏବଂ ଜ଼ିଲ୍ଲାପାଳ ସ୍ଥାନୀୟ ବିଧାୟକଙ୍କୁ ଶେଷରେ ଅତିଷ୍ଠ ହୋଇ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ । ନନ୍ଦମାହା, କିରାକେତା, ଡାକରଗାଁ, ସିକେଶରୁ, ସାରିଖେତା, ମୁଣ୍ଡାର ଗାଁ, ବିକାଙ୍ଗିଆ, ତିଳକପଡା, ଗାନିପଡା, ଟେଟ୍ରେ ଗାଁରେ ଅନ୍ୟୁନ ପାଞ୍ଚହଜାର ଲୋକ ବସବାସ କରନ୍ତି କୁଡୁତୁଲୀ ଓ ସାଇନପଡା ପଞ୍ଚାୟତକୁ ରାସନ ଚାଉଳ ଓ ବିଧବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୁଇଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ତେଣୁ ଛଅ ୱାର୍ଡବାସୀଙ୍କ ଦାବି ଯେ ସେମାନଙ୍କୁ ପୂର୍ବଭଳି କୁଡୁତୁଲୀ ୱାର୍ଡ଼ରେ ସାମିଲ କରାଯାଉ କିମ୍ବା ନନ୍ଦମାହାରେ ଛଅ ୱାର୍ଡ଼କୁ ନେଇ ନୂତନ ପଞ୍ଚାୟତ ଗଠନ କରାଯାଉ ବୋଲି ଦାବୀ କରିଛନ୍ତି କମଳ ଲୋଚନ କହଁର, ରୁକ୍ମଣୀ କହଁର, ସିମାଞ୍ଚଳ କହଁର ସମେତ ସମସ୍ତ ଗ୍ରାମବାସୀ ।

hiranchal ad1
Leave A Reply

Your email address will not be published.

4 + ten =