ମାର୍ଚ୍ଚ ୨୪ରେ ପୌର ନିର୍ବାଚନ: ଘୋଷଣା କଲେ ରାଜ୍ୟ ନିର୍ବାଚନ କମିସନ

0 218

ଭୁବନେଶ୍ବର: ଆଜି ପୌର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ୨୬ ତାରିଖରେ ଭୋଟ ଗଣତି ହେବ। ଏଥିଲାଗି ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଆଗାମୀ ୨୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ, ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ, ୧୪ ସୁଦ୍ଧା ପ୍ରତ୍ୟାହାର ତେବେ ପୁରୀରେ ପୌର ନିର୍ବାଚନ ହେବ ନାହିଁ। ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ, ୮ରେ ଡେପୁଟି ମେୟର ନିର୍ବାଚନ ହେବ। ହେଲ ଏଥର କିନ୍ତୁ ଦୁଇ ପୌର ମହାନଗର ରାଉରକେଲା ଓ ସମ୍ୱଲପୁରରେ ହେବନି ପୌର ନିର୍ବାଚନ । ସେହିଭଳି ପୁରୀ ମ୍ୟୁନିସପାଲଟିରେ ମଧ୍ୟ ନିର୍ବାଚନ ହେବନି ବୋଲି ସୂଚନା ରହିଛି । କୋର୍ଟରେ କେସ ଚାଲୁରହିଥିବାରୁ ହେବନି ନିର୍ବାଚନ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

hiring
hiranchal ad1
Leave A Reply

Your email address will not be published.

17 − 5 =