ସ୍ୱାଧୀନ କୁମାର ନାୟକ ହେଲେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

0 83

ପୁରୀ :ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ସ୍ୱାଧୀନ କୁମାର ନାୟକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ । ୩୩ ଆସନ ବିଶିଷ୍ଟ ଜିଲ୍ଲା ପରିଷଦ ମଧ୍ୟରୁ ବିଜେଡି ଏକାକୀ ୩୦ ଓ ବିଜେପି ମାତ୍ର ୩ ଟି ଜିଲ୍ଲା ପରିଷଦ ଜୋନରେ ଜିତିଥିଲା । ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ୨୯ ନଂ ଜୋନର ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ ନିର୍ବାଚିତ ହୋଇଥିଲେ । ସେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ସପକ୍ଷରେ ୩୦ ଜଣ ମତଦାନ କରିଥିଲେ । ତାଙ୍କ ବିପକ୍ଷରେ ୩୨ ନଂ ଜୋନର ଭାରତୀୟ ଜନତା ପାର୍ଟିର ପ୍ରାର୍ଥିନୀ ଶ୍ରୀମତୀ ବିଷ୍ଣୁପ୍ରିୟା ବରାଳ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ତିନି ଖଣ୍ଡ ଭୋଟ ପାଇଥିଲେ । ଆଜି କିନ୍ତୁ ଉପାଧ୍ୟକ୍ଷ ଭାବେ ସ୍ୱାଧୀନ କୁମାର ନାୟକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

3 × five =