କୁନି ଝିଅର ଉଚ୍ଚ ଆକାଂକ୍ଷା, ମୁଁ ଜଜ୍‌ ହେବି ମ୍ୟାଡମ !

0 181

ପାଟଣାଗଡ଼ : ମୁଁ ଜଜ୍‌ ହେବି ମ୍ୟାଡମ,ଅପରାଧୀମାନଙ୍କୁ ଉଚିତ୍‌ ଦଣ୍ଡଦେବି । ଏମିତି କହିଥିବା ଏକ କୁନି ଝିଅକୁ ନିଜର ସିଟ୍‌ ରେ ବସାଇ ତହସିଲଦାର ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ସାନକଳଙ୍ଗାପାଲି ଗ୍ରାମର ଦେବାନନ୍ଦ ସାହୁଙ୍କ ଝିଅ ଶୁଭଶ୍ରୀ ସାହୁ (୧୦) ସେ ବର୍ତ୍ତମାନ ପଞ୍ଚମ ଶ୍ରେଣୀରେ ପଢ଼ୁଛନ୍ତି । ଶୁଭଶ୍ରୀ ଆଦର୍ଶ ବିଦ୍ୟାଳୟ ଓ ନବୋଦୟ ପରୀକ୍ଷା ଦେବା ପାଇଁ ଜୋରଜୋରରେ ପ୍ରସ୍ତୁତ ଚଲାଇଛନ୍ତି । ଶୁଭଶ୍ରୀଙ୍କ ଜାତିଗତ ପ୍ରମାଣପତ୍ର ଲାଗି ଗତ ୬ ଜାନୁୟାରୀ ଦିନ ବାପା ମାଁଙ୍କ ସଙ୍ଗରେ ପାଟଣାଗଡ଼ ଯାଇଥିଲେ ବୋଲି ଶୁଭଶ୍ରୀଙ୍କ ବାପା ଦେବାନନ୍ଦ ସାହୁ କହିଛନ୍ତି । ଜାତିଗତ ପ୍ରମାଣପତ୍ର ପାଇଁ ତହସିଲଦାରଙ୍କ ଦସ୍ତଖତ ଆବଶ୍ୟକ ବୋଲି ଶୁଭଶ୍ରୀଙ୍କ ବାପା କହିବାରୁ ଶୁଭଶ୍ରୀ ଶୁଣିଲେ । ତହସିଲ ଅଫିସରେ ଭିଡ଼ି ଥିବାରୁ ଶୁଭଶ୍ରୀଙ୍କ ବାପା ଦେବାନନ୍ଦ ଓ ମା ପୁଷ୍ପାଞ୍ଜଳି ସାହୁ ପାଟଣାଗଡ଼ କୋର୍ଟ ପରିସରରେ ବସିଥିବା ବେଳେ ଶୁଭଶ୍ରୀ ହଠାତ୍‌ ତହସିଲଦାରଙ୍କ ଅଫିସ ପଶିଯାଇଥିଲେ ।

hiring

ଶୁଭଶ୍ରୀଙ୍କୁ ଦେଖି ତହସିଲଦାର ଡ ପୁଷ୍ପାଞ୍ଜଳି ପଣ୍ଡା ନିଜ ସିଟ୍‌ ରେ ବସାଇ କାହିଁ ଆସିଛ ଓ କେତେ ପଢୁଛ ବୋଲି ପଚାରିଥିଲେ । ଶୁଭଶ୍ରୀ ନିଜ ପରିଚୟ ଦେବା ସହ ମୁଁ ପଞ୍ଚମ ଶ୍ରେଣୀରେ ପଢ଼ୁଛି, ଆଉ ଆଦର୍ଶ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ପଢିବାକୁ ପ୍ରସ୍ତୁତ ଚଲାଇଥିବା କହିବା ସହ ଶୁଭଶ୍ରୀ ମୁଁ ଜଜ ହେବି ମ୍ୟାଡମ ବୋଲି କହିଥିଲେ । ତହସିଲଦାର ଡ଼ ପଣ୍ଡା ଅନ୍ୟ ଚାକିରି ନକରି ଜଜ କାହିଁକି ହେବ ବୋଲି ପ୍ରଶ୍ନ କରିବାରୁ ଦୁନିଁଆଁରେ ବହୁତ ଅପରାଧ ଘଟୁଛ. ମୁଁ ୟୁଟ୍ୟୁବରେ ଦେଖିଛି । ତେଣୁ ମୁଁ ଜଜ ହେବି ମ୍ୟାଡମ, ଅପରାଧୀ ମାନଙ୍କୁ ଉଚିତ୍‌ ଦଣ୍ଡ ଦେବି ବୋଲି କହିଥିଲେ ଶୁଭଶ୍ରୀ । ଗ୍ରାମାଞ୍ଚଳରୁ ଆସି କୁନି ଝିଅ ଶୁଭଶ୍ରୀର ଏପରି ନିର୍ଭୟରେ କହିଥିବାରୁ ତହସିଲଦାର ଡ଼ ପଣ୍ଡା ଶୁଭଶ୍ରୀଙ୍କୁ ନିଜ ସିଟ୍‌ରେ ବସାଇ ବାଦାମ ଖୁଆଇବା ସହ ଏକ ପେନ୍‌ ଦେଇଥିଲେ ବୋଲି ଶୁଭଶ୍ରୀ କହିଛନ୍ତି । ଶୁଭଶ୍ରୀଙ୍କ ବାପା ଦେବାନନ୍ଦଙ୍କୁ ମଧ୍ୟ ତହସିଲଦାର ଡ଼ ପଣ୍ଡା ଧନ୍ୟବାଦ ଦେବା ସହ ଝିଅ ଶୁଭଶ୍ରୀର ଉଚ୍ଚ ଆକାଂକ୍ଷା ପୂରଣ କରିବା ଦିଗରେ ପ୍ରଶାସନର ସହଯୋଗ କାମନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 − five =