ରାଜଧାନୀରୁ ୭ଲକ୍ଷ ଟଙ୍କାର ଜାଲ ନୋଟ ଜବତ, ୨ ଗିରଫ

0 59

ଭୁବନେଶ୍ୱର: ଦିନକୁ ଦିନ ବିଶୃଙ୍ଖଳା ହେଉଛି ପରିବେଶ । ଲୁଟ, ହତ୍ୟା, ଦୁର୍ନୀତି, ଦୁଷ୍କର୍ମର ମାତ୍ରା ବଢିଚାଲିଛି । ଆଜି ଭୁବନେଶ୍ୱରରୁ ୭ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି । ଜାଲନୋଟ ଗୁଡିକ ଖାରବେଳନଗର ଅଂଚଳରୁ ଜବତ ହୋଇଥିବା ସୂଚନା ମିଳିଛି । ଜବତ ହୋଇଥିବା ସମସ୍ତ ଜାଲ ନୋଟ ୨ଶହ ଟଙ୍କିଆ ହୋଇଥିବା ଜଣାପଡିଛି । ଜାଲନୋଟ ଗୁଡିକୁ ଜବତ କରିବା ସହ ପୋଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

hiring

ସେହିଭଳି ଭୁବନେଶ୍ଵର ରେଳ ଷ୍ଟେସନରୁ ୧୨ କୋଟି ଟଙ୍କାର ସୁନା ମଧ୍ୟ ଜବତ ହୋଇଛି। ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜବତ କରାଯାଇଛି। ସୁନା ଜବତ ସହ ୪ ଜଣଙ୍କୁ ଜିଆରପି ଅଟକ ରଖିଛି। ହେଲେ ଏପର୍ଯ୍ୟନ୍ତ ଏହାର କାରଣ ବାବଦରେ କୌଣସି ସ୍ପଷ୍ଟ ହୋଇନି।

ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଥିବା ବେଳେ ଆଜି ଦୁଇ ଅଭିଯୁକ୍ତଙ୍କୁ ଠାବ କରିଥିଲେ । ପଚରାଉଚରା ପରେ ସେମାନଙ୍କ ଠାରୁ ୭ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରାଯାଇଥିଲା । ପରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ସତ୍ୟନାରାୟଣ ପୃଷ୍ଟି ଓ ଭୁଲା ପ୍ରଧାନ । ଏମାନଙ୍କ ଠାରୁ ଜବତ ହୋଇଥିବା ନକଲି ଟଙ୍କା ସବୁ ୨୦୦ ଟଙ୍କିଆ ନୋଟ ରହିଛି । ପୋଲିସ ତଦନ୍ତ ବେଳେ ଅଭିଯୁକ୍ତମାନେ ନକଲି ନୋଟ ଛାପୁଥିବା ଜାଣିବାକୁ ପାଇଛି । ରାଜ୍ୟ ବାହାରୁ ଟଙ୍କା ଛପା ଶିଖିବା ପରେ ଭୁବନେଶ୍ୱରରେ ନିଜର କାରବାର ଆରମ୍ଭ କରିଥିଲେ । ଗଞ୍ଜାମରେ ଏମାନଙ୍କ ଟଙ୍କା ଛାପିବା କାରଖାନା ରହିଛି । ପୋଲିସ ସେଠାରେ ଚଢାଉ କରି ମେସିନ, ପ୍ରିଂଟର ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି । ତେବେ ଜବତ ନକଲି ନୋଟ ଏମାନେ କେଉଁଠୁ ଆଣିଲେ ଓ କେବେ ଠାରୁ ଏଭଳି କାରବାର କରୁଛନ୍ତି, ସେନେଇ ପୋଲିସ ଖୋଳତାଡ କରୁଛି ।
ଅପରପକ୍ଷରେ ରେଳବାଇ ପୋଲିସ ବିପୁଳ ପରିମାଣର ସୁନା ଜବତ କରିଛି । ଆଜି ସକାଳେ ମୁମ୍ବାଇରୁ ଆସୁଥିବା କୋଣାର୍କ ଏକ୍ସପ୍ରେସରେ ବିପୁଳ ପରିମାଣର ସୁନା ଆସୁଥିବା ପୋଲିସ ସୂଚନା ପାଇଥିଲା । ପରେ ଆରପିଏଫ ଓ ଜିଆରପି ଷ୍ଟେସନରେ ଜଗି ରହିଥିଲା । ଟ୍ରେନଟି ପ୍ଲାଟଫର୍ମରେ ଲାଗିବା ପରେ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ୩୨ କିଲୋରୁ ଅଧିକ ସୁନା ଜବତ କରିବା ସହ ୪ଜଣଙ୍କୁ ଅଟକ ରଖିଛି । ସେମାନେ ସୁନା କେଉଁଠୁ ଆଣିଲେ ଓ କୁଆଡେ ନେଉଥିଲେ, ସେନେଇ ପୋଲିସ ତଦନ୍ତ କରୁଛି । ଜବତ ସୁନାର ମୂଲ୍ୟ ପାଖାପାଖି ୧୨ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

twelve − three =