ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର

0 64

ବାଲିଗୁଡ଼ା : ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୨୧-୨୨ ସମ୍ପର୍କୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଦାରିଙ୍ଗବାଡିବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ବାଲିଗୁଡା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଉପାଧ୍ୟକ୍ଷ ସସ୍ମିତା ପ୍ରଧାନ,ଓଡ଼ିଶା ଜୀବିକା ମିଶନ ବ୍ଲକ ପ୍ରକଳ୍ପ ପରିଚାଳକ ପିଣ୍ଟୁ ନାୟକ ପ୍ରମୁଖ ମଞ୍ଚାସିନ ରହିଥିବାବେଳେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ତ୍ରିନାଥ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଜନଶୁଣାଣୀ ଶିବିରରେ ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ଳକକୁ ମନରେଗା ଅନୁଦାନ ବାବଦରେ ୩୩ କୋଟି ୩୮ଲକ୍ଷ ୨୮ହଜାରଟଙ୍କା ଆସିଥିବା ସୂଚନା ଦିଆଯିବା ସହ ମୋଟ ୧୨ଲକ୍ଷ ୬୨ ହଜାର ୪୪୮ ଶ୍ରମ ଦିବସ ପୂରଣ ହୋଇଥିବା ବେଳେ ୩୨୧୬ ଜଣ ଶ୍ରମଜୀବୀ ଏହି ଅବଧି ମଧ୍ୟରେ ୧୦୦ ଦିନର କାମ ପାଇଥିବା ସହ ୨୪୯୦ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୭୭୧ ଟି ପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଥିବା ସୂଚନା ଦିଆଯାଇଥିଲା । ଏଥିସହ ବଳକା ଥିବା ପ୍ରକଳ୍ପ ଗୁଡ଼ିକ ଚାଲୁ ରହିଥିବା ତଥ୍ୟ ଉପସ୍ଥାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ମନରେଗା କାମ ସମୟରେ ଜିଓ ତ୍ୟାଗର ଫଟୋ ରଖିବାକୁ ଉପଜିଲ୍ଲାପାଳ ଶ୍ରୀ ନାୟକ ପରାମର୍ଶ ଦେବା ସହିତ ଫଳକ ନିର୍ମାଣ ନକରି କାନ୍ଥରେ ସୂଚନା ଫଳକ ଲେଖିବା ଫଳରେ ଫଳକ ନିର୍ମାଣ ବାବଦ ଅନୁଦାନ ମିଳିବ ନାହିଁ ବୋଲି ସେ ସୂଚନା ଦେଇଥିଲେ । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଯୋଜନାରେ ମୃତ ହିତାଧିକାରୀଙ୍କ ନାମ ବାଦ ଦେବା ଓ ଆଧାର କାର୍ଡ ସଂଯୋଗ ହୋଇନଥିବା ବ୍ୟକ୍ତି କିପରି ଯୋଜନାରୁ ବଞ୍ଚିତ ନହେବେ ଅଯୋଗ୍ୟ ବ୍ୟକ୍ତି କିଭଳି ଯୋଜନାରେ ସାମିଲ ହୋଇପାରିବେ ନାହିଁ ସେ ନେଇ ବିଡିଓ ଶ୍ରୀ ପାତ୍ର ସମସ୍ତ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ସମସ୍ତ ସଠିକ ତଥ୍ୟ ସଂଗ୍ରହ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀ, ଧୀରେନ ସେଠୀ, ସୁଜିତ ସେଠୀ ଗୋପୀନାଥ ପଲେଇ ସୁଶାନ୍ତ ପ୍ରଧାନ, ବିଶ୍ୱରଂଜନ ହାତୀଙ୍କ ସମେତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପାର୍ବ ପ୍ରଧାନ, ଜିତେନ୍ଦ୍ର ପରିଡ଼ା, ଘନଶ୍ୟାମ ବେହେରା ,ଲକ୍ଷ୍ମୀକାନ୍ତ ପ୍ରଧାନ,ଦୁଃଶାସନ ବେହେରା, କବିରାଜ କଁହରଙ୍କ ସମେତ ୨୫ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା,ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଗାଁ ସାଥୀ ମାନେ ଉପସ୍ଥିତ ରହିଥିଲେ । ତେବେ ବ୍ଲକସ୍ତରୀୟ ଏହି ଜନ ଅଭିଯୋଗ ଶୁଣାଣୀରେ ୯ଟି ଅଭିଯୋଗ ଆସିଥିବା ବେଳେ ସେଗୁଡ଼ିକର ସମାଧାନ କରାଯାଇଥିବା ବ୍ଲକ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଥିବା ବେଳେ ଅଭିଯୋଗ ଶୁଣାଣୀରେ କିଛି ଅଳ୍ପ ହିତାଧିକାରୀ ଆସିଥିବା ବେଳେ ଅଭିଯୋଗ ଶୁଣାଣି ଶିବିର ସମ୍ପର୍କରେ ବ୍ଲକ ପ୍ରଶାସନ ପକ୍ଷରୁ ସଠିକ ଭାବରେ ସୂଚନା ଦିଆଯାଇନଥିବା ଯୋଗୁଁ ହିତାଧିକାରୀ ମାନେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିନଥିବା ପ୍ରକାଶ କରିଥିବା ବେଳେ ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ମିଥ୍ୟା ବିଲ ଓ ଅନେକ ହିତାଧିକାରୀ ମାନେ କାମ କରି ବର୍ଷ ବର୍ଷ ଧରି ମଜୁରୀ ପାଇନଥିବା ଅଭିଯୋଗ ରହିଛି ତେଣୁ ପ୍ରକୃତ ଜବ କାର୍ଡ ହିତାଧିକାରୀଙ୍କ ପାଖରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇନଥିବା ଅନୁମାନ କରାଯାଉଛି । ତେବେ ବ୍ଲକର ବିଭିନ୍ନ ପଞ୍ଚାୟତରେ ମିଥ୍ୟା ବିଲ ବାବଦରେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କୌଣସି ସ୍ଥାନରେ କୌଣସି ମିଥ୍ୟା ବିଲ ହୋଇନାହିଁ କି ସେମିତି କିଛି ଅଭିଯୋଗ ତାଙ୍କ ନିକଟରେ ବର୍ତ୍ତମାନ ଯାଏଁ ଆସିନାହିଁ ଯଦି ଅଭିଯୋଗ ଆସେ ତେବେ ସେ ଘଟଣାର ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 3 =