ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ବସ୍ତି ବାସିନ୍ଦା, ଉଚ୍ଛେଦକୁ ବିରୋଧ; ୬ ତାରିଖ ବଲାଙ୍ଗୀର ବନ୍ଦ ସ୍ଥଗିତ

0 102

ବଲାଙ୍ଗୀର: ଜବରଦଖଲକୁ ବିରୋଧ କରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଛନ୍ତି ବସ୍ତିବାସିନ୍ଦା । ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ପରିସ୍ଥିତି ଜଟିଳ ହେବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ସୂଚାଇ ଦିଆଯାଏ ଯେ, ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ଗତକାଲି ଜବର ଦଖଲ ଉଚ୍ଛେଦ ପାଇଁ ଡାକବାଜି ପ୍ରଚାର ବେଳେ ଲୋକେ ପୌର କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କୁ ଦୀର୍ଘ ସମୟ ଘେରାଉ କରିଥିଲେ । ଘଟଣାସ୍ଥଳରେ ପହଞ୍ଚିଥିଲେ ପୌରାଧକ୍ଷା ଲିକା ସାହୁ ଓ କିଛି କାଉନସିଲର । ସେମାନଙ୍କ ଅଜାଣତରେ ଉଚ୍ଛେଦ ନୋଟିସକୁ ନା ପସନ୍ଦ କରି ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷେ ମହାରାଣୀ ସାଗର, ଲକ୍ଷ୍ମୀଜୋର ଭଳି ଅନେକ ପ୍ରକଳ୍ପ ଅର୍ଥ ମଞ୍ଜୁର ପରେ ବିଳମ୍ବିତ ହେବା କାରଣରୁ ବର୍ଷ ଶେଷ ବେଳେ ଫେରିଯିବା ଆଶଙ୍କା କରି ଏକ୍ସନ କମିଟୀ ତରଫରୁ ୬ତାରିଖ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଥିଲା । ଯାହା ବାତିଲ ହେଲା ବୋଲି ଇତି ମଧ୍ୟରେ ଏକ୍ସନ କମିଟୀ ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ତରଫରୁ ପ୍ରେସ ବିବୃତି ଜାରି କରିଛନ୍ତି ବିନୋଦ କାଲସାଏ । ବଲାଙ୍ଗୀର ବସ୍ତି ବାସିନ୍ଦା ଓ ସଚେତନ ନାଗରିକ ମଞ୍ଚ ଏକ୍ସନ କମିଟୀ ବନ୍ଦ ଡାକରାକୁ ବିରୋଧ କରିଥିଲା ।

hiranchal ad1
Leave A Reply

Your email address will not be published.

seventeen − 16 =