କାର୍ତ୍ତିକ ବ୍ରତ ଆରମ୍ଭ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

0 79

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ମାସ । ହବିଷ୍ୟାଳି ମାନେ ଦୀର୍ଘ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ । ହବିଷ୍ୟାଳି ମାନେ ଏକମାସ ବ୍ୟାପି ବିଭିନ୍ନ ତୀର୍ଥ ପୁଷ୍କରିଣୀ ବା ମହୋଦଧୀରେ ସ୍ନାନ କରିବା ସହ ରାଧାଦାମୋଦର ପୂଜା କରି ମହାପ୍ରଭୁଙ୍କୁ ଦର୍ଶନ ଓ ମହାପ୍ରସାଦ ପାଇ ପୁଣ୍ୟ ଅର୍ଜନ କରିବେ । ତେବେ କୋଭିଡ୍‌ କଟକଣା ପାଇଁ ଦୁଇବର୍ଷ ହବିଷ୍ୟାଳି ଶିବିର ବନ୍ଦ ରହିଥିବା ବେଳେ ଚଳିତବର୍ଷ କିନ୍ତୁ ହବିଷ୍ୟାଳିଙ୍କ ରହିବା ପାଇଁ ୫ଟି ଶିବିରର ଆୟୋଜନ କରାଯାଇଛି । ନୂଆ କରି ହୋଇଥିବା ବୃନ୍ଦାବତି ନିବାସ,ମୋଚୀସାହି ସ୍ଥିତ କଲ୍ୟାଣମଣ୍ଡପ,ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ ପରିସରରେ ବ୍ରତଧାରୀଙ୍କ ପାଇଁ ତମାମ୍‌ ବ୍ୟବସ୍ଥା କରାଯାଇଛି । ଆଜିଠାରୁ ସଂକଳ୍ପ କରି ହବିଷ୍ୟାଳି ମା ମାନେ ସେମାନଙ୍କ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ସେପଟେ ଶିବିରରରେ ମାଗଣାରେ ରହିବା, ଶୋଇବା,ଭଜନ,ରାଧାଦାମୋଦର ପୂଜା,ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ ଏବଂ ମହାପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ ବ୍ରତ ଯୋଗୁଁ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ ହେବା ସହ ହବିଷ୍ୟାଳିଙ୍କ ଭଡି ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

1 × five =