କନ୍ଧମାଳ ଗସ୍ତରେ ଡିଜି,ମାଓ ଦମନ ଉପରେ କଲେ ସମୀକ୍ଷା

0 73

ଫୁଲବାଣୀ:-ନୂଆ ଡିଜିଙ୍କୁ ମାଓ ଚିନ୍ତା । ମାଓ ଦମନ ପାଇଁ ହେବ ସ୍ୱତନ୍ତ୍ର ରଣନୀତି । ଗତକାଲି ନୂତନ ପୋଲିସ ଡିଜି ସୁନୀଲ ବଂଶଲ କନ୍ଧମାଳ ଗସ୍ତ କରି ମାଓ ଦମନ ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ଦକ୍ଷିଣାଞ୍ଚଳ ଡିଆଇଜି ଓ ପଶ୍ଚିମଞ୍ଚଳ ଡ଼ିଆଇଜି ଯୋଗ ଦେବା ସହ ମାଓ ଅଧ୍ୟୁଷିତ ଜିଲାର ୫ ଏସ୍‌ପି ସାମିଲ ଥିଲେ । କିଭଳି ୫ ଜିଲାରେ ମାଓବାଦୀ ଦମନ କରାଯିବ ସେ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା ସହ ମାଓବାଦୀ ମାନେ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ କହିଛନ୍ତି ଡିଜି ସୁନୀଲ ବଂଶଲ । ସେପଟେ ମାଓପ୍ରବଣ ଅଂଚଳରେ ପଞ୍ଚାୟତ ନିର୍ବାଚନ କିଭଳି ସ୍ୱଚ୍ଛ ଓ ଅବାଧରେ ହେବ ତାହା ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ । ଏହି ସମୀକ୍ଷା ବୈଠକରେ ଡିଜି ସୁନୀଲ ବଂଶଲ ସମତେ ଡ଼ାଇରେକ୍ଟର ଇନ୍ଟଲିଂଜେନ୍ସ ଲଳିତ ଦାସ, ଡିଜି ଏସଏପି ମୋନଜ ଛାବ୍ରା, ଆଇଜି ଅପରେସନ ଅମିତାଭ ଠାକୁର । ଡିଆଇଜି ଏସଆଇଡବ୍ଲୁ ଅନିରୁଧ ସିଂ, ଆଇଜି ବିଏସଏଫ ଏସ.ବୁଦ୍ଧ କୋଟି,ଆଇଜି ବ୍ରହ୍ମପୁର ସତ୍ୟବ୍ରତ ଭୋଇ, ଆଇଜି ସମ୍ବଲପୁର ଦୀପକ କୁମାର ସମତେ ମାଓ ପ୍ରବଣ ଅଂଚଳର ୫ ଏସପି ଜଣେ ଏସଡିପିଓ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

eight + fifteen =