ଶାନ୍ତିଶୃଙ୍ଖଳା ସହ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ,ମାଓ ଅଞ୍ଚଳରୁ ସୁରକ୍ଷିତ ଫେରିଲେ ପୁଲିଙ୍ଗ୍‌ ପାର୍ଟି

0 81

ଫୁଲବାଣୀ: ମାଓ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ପ୍ରଥମ ପର୍ଯାୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ପୁଲିଙ୍ଗ୍‌ ପାର୍ଟି ମାନେ ସୁରକ୍ଷିତ ଭାବେ ଫେରିଛନ୍ତି । ଆଜି ନିର୍ବାଚନରେ ବାଲିଗୁଡ଼ା ବ୍ଲକରେ ୮୧.୨୩ ପ୍ରତିଶତ ମତଦାନ ହୋଇଛି । ଠିକ୍‌ ସେହିପରି କେ. ନୂଆଗାଁ ବ୍ଲକରେ ମଧ୍ୟ ୭୧.୬୬ ପ୍ରତିଶତ ମତଦାନ ହୋଇଛି । ବାଲିଗୁଡ଼ାରେ ୧୮୩ଟି ଓ କ. ନୂଆଗାଁ ବ୍ଳକ ୧୭୭ଟି ଭୋଟ ଗ୍ରହଣ ହୋଇଥିଲା । ବାଲିଗୁଡ଼ାର ଅନେକ କେନ୍ଦ୍ର ମାଓ ପ୍ରବଣ ହୋଇଥିଲେ ମଧ୍ୟ ମତଦାତାଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏହି ଦୁଇ ବ୍ଲକରେ ଭୋଟ କେନ୍ଦ୍ର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଆଜି ବୁଧବାର ସକାଳ ୭ରୁ ଭୋଟ ଗ୍ରହଣ ବେଳେ କେନ୍ଦ୍ର ଗୁଡ଼ିକରେ ଭୋଟରମାନଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ବାଲିଗୁଡ଼ା ଓ କ.ନୂଆଗାଁ ବ୍ଳକର ୩ଟି ଜିଲା ପରିଷଦ ଜୋନ ଓ ୨୮ଟି ସରପଞ୍ଚ ଓ ୨୮ ଟି ସମିତି ସଭ୍ୟ ପଦବୀ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି । ଏହି ଦୁଇ ବ୍ଲକରେ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ହେବ ସେଥିପ୍ରତି ପ୍ରଶାସନିକ ଅଧିକାରୀମାନେ ସତର୍କ ନଜର ରଖିଥିଲା ।

hiranchal ad1
Leave A Reply

Your email address will not be published.

ten − 6 =