ବୁଥ୍‌ରେ ପହଞ୍ଚିଲେ ପୁଲିଂ ପାର୍ଟି

0 141

ଦଶପଲ୍ଲା : – ଆସନ୍ତା ୧୬ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ ଓଡ଼ଗାଁ ବ୍ଲକ୍‌ରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଓଡଗାଁ ବ୍ଲକ୍‌ର ମୋଟ ୫୭୪ଟି ବୁଥ୍‌ ପାଇଁ ୧ ହଜାର ୭ଶହ ୨୨ଜଣ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ସେହିପରି ୨୦୭ ଖଣ୍ଡ ବସ୍‌, ବୋଲେରୋ ଏବଂ ମିନି ବସ୍‌ ସମସ୍ତ ପୋଲିଂ ପାର୍ଟିକୁ ନିଜ ନିଜ ନିଜ ବୁଥ୍‌ରେ ପହଞ୍ଚାଇଛନ୍ତି । ବ୍ଲକ୍‌ରେ ଥିବା ସମସ୍ତ ବୁଥ୍‌ ପାଇଁ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ୍‌ ନିର୍ବାଚନ ହେବ । ପ୍ରତି ବୁଥରେ ଜଣେ ଲେଖାଏଁ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ପ୍ରତି ପଞ୍ଚାୟତରେ ଗୋଟିଏ ମୋବାଇଲ ଟିମ୍‌ କାର୍ଯ୍ୟ କରୁଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବାକୁ ୪ଜଣ ଡିଏସପି, ୨ଜଣ ଏସଡିପିଓ, ଆଡିସନାଲ ଏସ୍‌ପି ଏବଂ ପ୍ରତି ୩ଟି ମୋବାଇଲ ଟିମ୍‌ ରେ ଜଣେ ଇନ୍ସପେକ୍ଟର କାର୍ଯ୍ୟ ଭାର ତୁଲାଉଛନ୍ତି ।

hiranchal ad1
Leave A Reply

Your email address will not be published.

two × 4 =