ସୁବର୍ଣ୍ଣପୁର ପୋଲିସ ହାତରେ ବାଇକ ଚୋରି ରାକେଟ

0 194

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପାଇଁ ଦୀର୍ଘ ବର୍ଷରୁ ବାଇକ ଚୋରି ଘଟଣା ମୁଣ୍ଡବ୍ୟଥାର କାରଣ ହୋଇଛି । ପ୍ରତିଦିନ ବିଭିନ୍ନ ବ୍ୟାଙ୍କ, ବାହାଘର, ସାପ୍ତାହିକ ବଜାର, ସହର ତଥା ପାର୍କ ସାମ୍ନା ଓ ଜ଼ିଲ୍ଲାର ବିଭିନ୍ନ ଜାଗାରୁ ବାଇକ ଚୋରି ଘଟଣା ହେଉଥିବା ବେଳେ ପୋଲିସକୁ ଏବେ ମିଳିଛି ସଫଳତା । ବାଇକ ଉଦ୍ଧାର ଓ ଚୋର ଧରିବାରେ ଆଜି ଏକ ବଡ଼ ସଫଳତା ମିଳିଛି । ଜିଲ୍ଲାର ତରଭା ପୋଲିସ ପୁଣି ୧୨ ଗୋଟି ଚୋରି ବାଇକ ଉଦ୍ଧାର କରିଥିବା ବେଳେ ଚୋରିରେ ସଂପୃକ୍ତ ଚାରି ଜଣଙ୍କୁ ଗିରଫ କରିବାରେ ସଫଳତା ପାଇଛି । ଜିଲ୍ଲାର କମସରା ସଦାନନ୍ଦ ରଣା ଓ ଅନିଲ ବିଭାରଙ୍କ ସହିତ ବଲାଂଗିର ଜିଲ୍ଲାର ନିଳକଣ୍ଠ ନନ୍ଦ ଓ ଅଜୟ କୁଶଲ ମିଶି ଜିଲ୍ଲାର ବିଭିନ୍ନ ଜାଗାରୁ ବାଇକ ଚୋରି କରି ରାଜ୍ୟର ବିଭିନ୍ନ ଯାଗାରେ ବିକ୍ରୀ କରୁଥିଲେ । ଦଳଗତ ଭାବେ ଦିନ ଦ୍ୱିପ୍ରହରେ ବାଇକ ଚୋରି କରି ନେଇ ଯାଉଥିଲେ ।ଏମାନେ ଖାଲି ହାତରେ ବାଇକର ତାଲାଭାଂଗି ପାରିବାର କ୍ଷମତା ଓ ନୂଆଁ କୌଶଳ ରଖିଛନ୍ତି । ତେବେ ନିମିଷକ ଭିତରେ ବାଇକ ଚୋରି କରି ନେଉଥିବା ପୋଲିସ ତଦନ୍ତରୁ ଜାଣି ପୋଲିସ ଆଜି ଆଶ୍ଚର୍ଯ୍ୟ ହୋଇଛି । ଅଭିଯୁକ୍ତମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି । ବାଇକ ଚୋରି ଦଳରେ ଆଉ କିଏ କିଏ ସାମିଲ ଅଛନ୍ତି ଓ ଚୋରି ଯାଇଥିବା ଅନ୍ୟ ବାଇକ ଗୁଡିକ କେଉଁଠି ବିକ୍ରୀ କରିଛନ୍ତି, ସେ ସଂପର୍କରେ ପୋଲିସର ଅଧିକ ତଦନ୍ତ ଚାଲିଥିବା ବିଷୟ ଆଜି ଏକ ପ୍ରେସ କନଫରେନ୍ସିଂରେ ସୁବର୍ଣ୍ଣପୁର ଏସପି କହିଛନ୍ତି । ଏବଂ କୌଣସି ବି ବାଇକ ଚୋର କିମ୍ବା ସନ୍ଦିଗ୍ଧ ବ୍ୟକ୍ତି ସହରରେ ନଜରକୁ ଆସିଲେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ ଓ ଏ ଦିଗରେ ପୂର୍ଣ୍ଣ ସହଯୋଗ କରିବାକୁ ମିଡ଼ିଆ ମାଧ୍ୟମରେ ଏସପି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 16 =