ପୁରୀ ସମୁଦ୍ରରୁ ପୁଣି ମରଣମୁହଁରୁ ପର୍ଯ୍ୟଟକଙ୍କୁ ବଞ୍ଚାଇଲେ ଲାଇଫଗାର୍ଡ

0 101

ପୁରୀ : ଦେବଦୂତ ସାଜିଲେ ଲାଇଫ ଗାର୍ଡ। ‌ମରଣ ମୁହଁରୁ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଲେ‌। ପୁରୀ ସମୁଦ୍ର କୂଳରେ ସ୍ନାନ କରୁଥିବା ସମୟରେ ଜଣେ ପର୍ଯ୍ୟଟକଙ୍କ ସହ ଏଭଳି ଅଭାବନୀୟ ଘଟଣା ଘଟିଛି। ସମୁଦ୍ରରେ ସ୍ନାନ କରୁଥିବା ସମୟରେ ରିପ୍ କରେଣ୍ଟରେ ପଡି ଜଣେ ଓଡ଼ିଆ ପର୍ଯ୍ୟଟକ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଜଣେ ଲାଇଫ ଗାର୍ଡ ଦେବଦୂତ ସାଜି ଠିକ୍ ସମୟରେ ସମୁଦ୍ର ଭିତରକୁ ଯାଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଆଣିବା ପରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଉଦ୍ଧାର ହୋଇଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ରଜତ ଚାନ୍ଦ। ଆଜି ମଧ୍ୟାହ୍ନ ସମୟରେ ରଜତ ପୁରୀ ହୋଟେଲ ସମ୍ମୁଖ ସମୁଦ୍ରକୂଳ ସେକ୍ଟର ୪ ରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ପଡି ଯାଇଥିଲେ। ଯାହାଫଳରେ ସେ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ଜୀବନ ବଞ୍ଚାଇ କୂଳକୁ ଆସିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ପକ୍ଷେ ଏହା ସମ୍ଭବ ହୋଇପାରିନଥିଲା। ୧୫ ମିନିଟ୍ ଧରି ମରଣ ସହିତ ସେ ସଂଗ୍ରାମ କରୁଥିବା ବେଳେ ଲାଇଫ ଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ତାଙ୍କ ଜୀବନ ବଞ୍ଚାଇଥିଲେ। ପ୍ରତିଦିନ ପୁରୀ ସମୁଦ୍ରରେ ଏଭଳି ଘଟଣା ଘଟୁଥିବା ବେଳେ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ଏ ଦିଗରେ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

hiranchal ad1
Leave A Reply

Your email address will not be published.

five × five =