ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଋଣ ଖିଲାପୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ହେଲା ଘର ସିଲ୍‌

0 118

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟାଳୟ ଠାରେ ଥିବା ବିଦ୍ୟାଧର ମେହେରଙ୍କ ଘରକୁ ଆଜି ବ୍ୟାଙ୍କ କର୍ତ୍ତୃପକ୍ଷ ସିଲ କରିଛନ୍ତି । ଚମ୍ପାପୁର ନିବାସୀ ବିଦ୍ୟଧର ମେହେର ଉତ୍କଳ ଗ୍ରାମ୍ୟବ୍ୟାଙ୍କ ଠାରୁ ୬ଲକ୍ଷ ଟଙ୍କା ଋଣ ନେଇ ପରିଶୋଧ କରି ନପାରିବାରୁ ତାଙ୍କୁ ବ୍ୟାଙ୍କ ତରଫରୁ ବାରମ୍ବାର ନୋଟିସ କରିବା ସହିତ ଆଜି ପୋଲିସ ଓ ପ୍ରଶାସନଙ୍କ ସହାୟତାରେ ବୀରମହାରାଜପୁର କେନ୍ଦୁପାଲି ରାସ୍ତାରେ ଥିବା ଘରକୁ ଜବତ କରିବା ସହିତ ସିଲ କରିଛି । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ରିଜୋନାଲ ମେନେଜର କୈଳାସ ଚନ୍ଦ୍ର ମିଶ୍ର, ବୀରମହାରାଜପୁର ତହସିଲଦାର ବିଭୁଦ ଗଡ଼ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ଥାନା ଅଧିକାରୀଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଠାରୁ ନେଇଥିବା ଋଣ ମୂଳ ସୁଧ ମିଶାଇ ପନ୍ଦର ଲକ୍ଷରୁ ଉଦ୍ଧ୍ୱର୍ ହେବବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଆଗକୁ ଆହୁରି ଚାରି ପାଞ୍ଚ ଜଣ ଋଣ ଖିଲାପୀଙ୍କ ସ୍ଥାବର ସମ୍ପତ୍ତି ସିଜ କରାଯିବ ବୋଲି ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

three × two =