ମାଂସ ଦୋକାନ ଉପରେ ଚଢ଼ାଉ, ଫୁଡ଼ ଲାଇସେନ୍ସ ଯାଞ୍ଚ

0 74

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରର ବିଭିନ୍ନ ମାଂସ ଦୋକାନ ଓ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରାଯାଇଛି । ଯେଉଁ ମାନେ ଆବର୍ଜନା ପରିଚାଳନା ନିୟମ ଅବମାନନା କରିଛନ୍ତି କିମ୍ବା ଯେଉଁ ମାନଙ୍କର ଫୁଡ଼ ଲାଇସେନ୍ସ ନାହିଁ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ଏ ବାବଦରେ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ଜଣା ପଡ଼ିଛି । ଏ କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳି ଶତପଥୀ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ତପସ୍ୱିନୀ ବେହେରା ନେତୃତ୍ୱ ନେଇଥିଲେ । ଏଥିରେ ପୌର ପରିଷଦ କର୍ମଚାରୀ ଓ ପୋଲିସ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

one × two =