ଦୀପାବଳି ଦ୍ୱନ୍ଦ୍ୱ ଦୂର କଲା ମୁକ୍ତି ମଣ୍ଡପ ପଣ୍ଡିତ ମହାସଭା

0 159

ପୁରୀ- କେଉଁ ଦିନ ପାଳନ କରିବେ ଦୀପାବଳି । ଏନେଇ ରାଜ୍ୟବାସୀଙ୍କ ମନରେ ଦ୍ୱନ୍ଦ୍ୱ ଦେଖାଦେଇଛି । ୨୦ତାରିଖରେ କିଛି କ୍ୟାଲେଣ୍ଡରରେ ଦୀପାବଳି ପାଳନ ନେଇ ଲେଖାଯାଇଥିବା ବେଳେ ଆଉ କିଛି କ୍ୟାଲେଣ୍ଡରରେ ୨୧ତାରିଖରେ ଲେଖାଯାଇଛି । ତେବେ କେଉଁ ଦିନ ପାଳନ ହେବ ସେନେଇ ଦ୍ୱନ୍ଦ୍ୱ ଦେଖାଦେବା ପରେ ମୁକ୍ତ ମଣ୍ଡପର ମହାସଭା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସଠିକ ତାରିଖ ଘୋଷଣା କରାଯାଇଛି ।

hiring

ସାମ୍ବାଦିକ ସମ୍ମିଳନୀରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ ନେଇ ତାରିଖ ଦ୍ୱନ୍ଦ୍ୱ ଦୂର କରିଛନ୍ତି ମୁକ୍ତ ପଣ୍ଡିତ ମହାସଭା । ୨୦ତାରିଖରେ ହିଁ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ ବୋଲି ମହାସଭା ପକ୍ଷରୁ କୁହାଯାଇଛି । ୨୦ ତାରିଖ ଅପରାହ୍ନ ୩ଟା ୨୩ମିନିଟରୁ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯିବ । ୨୧ ତାରିଖରେ ମାତ୍ର ୧୪ମିନିଟ୍‍ ପାଇଁ ଅମାବାସ୍ୟା ଥିବାରୁ ଏହି ଦିନ ପାଳନ କରିବା ହିନ୍ଦୁ ଧର୍ମରେ ଭୁଲ ହେବ । ୨୧ରେ ନୁହେଁ ବରଂ ୨୦ରେ ହିଁ ଦୀପାବଳି ପାଳନ କରିବାକୁ କହିଛନ୍ତି ମୁକ୍ତି ପଣ୍ଡିତ ମହାସଭା ।

hiranchal ad1
Leave A Reply

Your email address will not be published.

sixteen − sixteen =