ମହାପ୍ରଭୁଙ୍କୁ ଦର୍ଶନ କଲେ ପିସିସି ସଭାପତି

0 135

ପୁରୀ- ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାସ, ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ହରିୟାଣାର କଂଗ୍ରେସ ସାଂସଦ ଦିପେନ୍ଦ୍ର ସିଂ ହୁଡ଼ା। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ବରିଷ୍ଠ ନେତାମାନଙ୍କୁ ସ୍ବାଗତ କରାଯାଇଥିଲା। ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିଷ ଲାଭ କରିଥିଲେ କଂଗ୍ରେସ ନେତା। ଏଥିସହ ବିଭିନ୍ନ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ। ତେବେ ଦର୍ଶନ ସାରି ଫେରିବା ପରେ ପିସିସି ସଭାପତି କହିଛନ୍ତି ଅପରେସନ ସିନ୍ଦୂରରେ ଭାରତୀୟ ସେନା ମାନେ ନିଜର ପରାକ୍ରମ ଦେଖାଇଛନ୍ତି। ଭାରତୀୟ ସେନାଙ୍କ ବୀରତ୍ବକୁ ନେଇ କଂଗ୍ରେସ ପକ୍ଷରୁ ଜୟ ହିନ୍ଦ ସଭା ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ଆଜି ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲୁ। ଭାରତୀୟ ସେନାଙ୍କୁ ମହାପ୍ରଭୁ ଶକ୍ତି ଦିଅନ୍ତୁ ସେ ନେଇ ପ୍ରାର୍ଥନା କରିଛୁ। ସେହିପରି ହରିୟାଣା ସାଂସଦ ଦିପେନ୍ଦ୍ର ସିଂ ହୁଡ଼ା କହିଛନ୍ତି ହଜାର ହଜାର ଭକ୍ତଙ୍କ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରୁଛୁ। ସାରା ଭାରତ ବାସୀଙ୍କ ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଥାଉ ସେନେଇ କାମନା କରିଛୁ। ଆଗାମୀ ଦିନରେ କଂଗ୍ରେସ କିଭଳି ଶାସନକୁ ଆସିବ ସେନେଇ ସମସ୍ତ କାର୍ଯ୍ୟ କରାଯିବ।

hiranchal ad1
Leave A Reply

Your email address will not be published.

1 × five =