ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ

0 294

ପୁରୀ : ପୁରୀ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଅଡିଟୋରିୟମରେ ଇଡିଏଆର୍‌ (ଇଲେକ୍ଟ୍ରୋନିକ୍‌ ବିସ୍ତୃତ ଦୁର୍ଘଟଣା ରିପୋର୍ଟ) ସମ୍ପର୍କରେ ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଓଡ଼ିଶା ପକ୍ଷରୁ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଇଡିଏଆର୍‌ (ଇଲେକ୍‌ଟ୍ରୋନିକ୍‌ ବିସ୍ତୃତ ଦୁର୍ଘଟଣା ରିପୋର୍ଟ) ହେଉଛି ଆଇ ଆରଏଡି (ସମନ୍ୱିତ ସଡ଼କ ଦୁର୍ଘଟଣା ଡାଟାବେସ୍‌)ର ଏକ ସମ୍ପ୍ରସାରଣ ଏବଂ ମୋଟର ଦୁର୍ଘଟଣା କ୍ଷତିପୂରଣ ଦାବି ପାଇଁ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ପୀଡ଼ିତାଙ୍କ ଦୁର୍ଘଟଣା ଦାବିକୁ ସ୍ୱଚ୍ଛ ଏବଂ ଅସୁବିଧାମୁକ୍ତ ଉପାୟରେ କରିପାରିବ ।
ଏହି କର୍ମଶାଳାକୁ ଉଦଘାଟନ କରିଥିଲେ ପୁଲିସ ଡିଜି ସୁନୀଲ କୁମାର ବଂଶଲ । ଅନ୍ୟତମ ଅତିଥି ଭାବେ ଆଇପିଏସ୍‌ ତଥା ପରିବହନ କମିଶନର ଅମିତାଭ ଠାକୁର, ସେଫିନ୍‌ ଅହମ୍ମଦ ଆଇପିଏସ୍‌ ତଥା ପୁଲିସ ସିଆଇଡି ସିବି ଆଇଜି, ଲାଲ ମୋହନ ସେଠୀ ସଡ଼କ ସୁରକ୍ଷା ଅତିରିକ୍ତ କମିଶନର, କେ ବିଶାଲ ସିଂ ଏସପି ପୁରୀ, ଡିଡିଜି ଓ ଏସଆଇଓ ଡ. ଅଶୋକ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ । ରମା କ୍ରିଷଣ ଦାଶ ଡିଡିଜି ଓ ଏଏସଆଇଓ ଏନ୍‌ ଆଇସି, ଯୁଗ୍ମ ସଡ଼କ ସୁରକ୍ଷା କମିଶନର ପିକେ ମହାନ୍ତି, ଏନ୍‌ ଆଇସିର ବରିଷ୍ଠ ର୍ନିେଶକ ତଥା ରାଜ୍ୟ ପରିବହନ ସଂଯୋଜକ ପ୍ରଶାନ୍ତ କୁମାର ନାୟକ, ସମସ୍ତ ଆରଟିଓ, ସମସ୍ତ ଡିଆଇଓ, ଏସ୍‌ଆର୍‌ଏମ୍‌ ଏବଂ ଆଇଆର୍‌ଏଡିର ସମସ୍ତ ଡିଆର୍‌ଏମ୍‌ ଏବଂ ଏନ୍‌ଏଚ୍‌ଏଆଇ, ଆର୍‌ ଆଣ୍ଡ୍‌ ବି, ପୁଲିସ, ପରିବହନ ଏବଂ ସଡ଼କ ସୁରକ୍ଷା ସେଲ୍ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମକୁ ପୁରୀ ଆରଟିଓ ରବିନ୍‌ ପଟ୍ଟନାୟକ ସଂଯୋଜନା କରିଥିଲେ । ଏହି କର୍ମଶାଳାରେ ସାମୂହିକ ଫଳାଫଳ ପାଇଁ ଇଡିଏଆର୍‌ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଲୋଚନା କରାଯାଇଥିଲା । ଏନଆଇସିଏସଆଇ ନୂଆଦିଲ୍ଲୀର ଆଇଆରଏଡିର ପ୍ରୋଜେକ୍ଟ ମ୍ୟାନେଜର ପୱନ ଗୁପ୍ତା ଇ-ଡାରକୁ ବିଭିନ୍ନ ଅଂଶୀଦାରମାନେ କିପରି ବ୍ୟବହାର କରିବେ ଏବଂ ଏହା ହିତାଧିକାରୀଙ୍କ ପାଇଁ ସହାୟକ ହେବା ପାଇଁ କ’ଣ ଆବଶ୍ୟକ ଫର୍ମ ପୂରଣ କରିବାକୁ ହେବ ସେ ବିଷୟରେ ବର୍ଣ୍ଣନା କରିଥିଲେ ।
ଏସଟିଏ ଓଡ଼ିଶାର ଯୁଗ୍ମ ସଡ଼କ ସୁରକ୍ଷା କମିଶନର ପି.କେ ମହାନ୍ତି ଧନ୍ୟବାଦ ଅର୍ପଣ କରି କର୍ମଶାଳା ଶେଷ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − two =