କଣ୍ଟାମାଳକୁ ଉପଖଣ୍ଡ,ଏନଏସି ଦାବି, ବାର ଘଣ୍ଟିଆ କଣ୍ଟାମାଳ ବନ୍ଦ ସମ୍ପୂର୍ଣ୍ଣ ସଫଳ

0 71

ମନମୁଣ୍ଡା: କଣ୍ଟାମାଳକୁ ସବଡ଼ିଭିଜନ,ଏନଏସି ଓ ଏଠାରେ ଏକ ସବଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା କ୍ରମେ ଆଜି ସକାଳ ୬ଘଣ୍ଟା ଠାରୁ କଣ୍ଟାମାଳ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି l ସକାଳୁ ସଚେତନ ନାଗରିକ ମଞ୍ଚ ସଭାପତି ଦୂତିଆ ଚରଣ ସାହୁଙ୍କ ନେତୃତ୍ୱରେ ସଚେତନ ନାଗରିକ ମଞ୍ଚ ସଦସ୍ୟ,ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ବଣିକ ସଂଘ ଓ ସ୍ଥାନୀୟ ଜନସାଧାରଣ ପିକେଟିଂ କରି କଣ୍ଟାମାଳ ଅଂଚଳର ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ଚଳାଚଳ କୁ ବନ୍ଦ କରିଥିଲେ l ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ବହୁ ଗାଡି ମୋଟର ଦୀର୍ଘ ସମୟ ଉଭୟ ପାର୍ଶ୍ୱରେ ଅଟକି ରହିଥିଲା l ଫଳରେ ଜନଜୀବନ ପ୍ରଭାବିତ ହେବା ସହ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ ହୋଇଛି l ଏହି ଅବସରରେ ଏକ ସଚେତନତା ବାଇକ ରାଲି କଣ୍ଟାମାଳ ରୁ ବାହାରି ମଲ୍ଲିକୁଦ ପର୍ଯ୍ୟନ୍ତ ପରିକ୍ରମା କରିଥିଲା l ଏହି ବନ୍ଦ ପାଳନ ବେଳେ ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ତିନି ଓ ଚାରି ଚକିଆ ଯାନବାହାନ ଚଳାଚଳ, ପେଟ୍ରୋଲପମ୍ପ ଆଦି ସମ୍ପୂର୍ଣ୍ଣ ବନ୍ଦ ଥିବା ଦେଖିବାକୁ ମିଳିଛି l ଏପରିକି ସାପ୍ତାହିକ ହାଟ ମଧ୍ୟ ବନ୍ଦ ରହିଥିଲା l ତେବେ ଅତ୍ୟାବଶ୍ୟକ ଜରୁରୀ ସେଵା ଭାବେ ଡାକ୍ତରଖାନା, ଔଷଧ ଦୋକାନ, ରୋଗୀ ସେଵା, କ୍ଷୀର ଓ ପରୀକ୍ଷା କେନ୍ଦ୍ର ଥିବା ସ୍କୁଲ ଆଦି ଖୋଲା ରହିଛି l ବନ୍ଦ ପାଳନରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ସହ ଓକିଲ ସଂଘ, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, ସାମ୍ବାଦିକ ସଂଘ ସମେତ ଅଂଚଳର ସଚେତନ ନାଗରିକ, ବିଭିନ୍ନ ସଂଗଠନ ର ସଦସ୍ୟ ଏବଂ ଦଳମତ ନିର୍ବିଶେଷରେ କଣ୍ଟାମାଳ ର ସମସ୍ତ ରାଜନୈତିକ ଦଳର ବ୍ୟକ୍ତିବିଶେଷ ଯୋଗଦେଇଥିଲେ l

hiranchal ad1
Leave A Reply

Your email address will not be published.

three × 5 =