ଆଠମଲ୍ଲିକ : ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଚାଢ଼ାଉ କରିଛି । ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମୋଟ ୯ଟି ଜାଗାରେ ଚାଲିଛି ଭିଜିଲାନ୍ସ ରେଡ୍ । ଢେଙ୍କାନାଳ ସମେତ, ଅନୁଗୁଳ, କଟକ ଓ ଭବାନୀପାଟଣା ଭଳି ୯ ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଆଠମଲ୍ଲିକ ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ରାମଚନ୍ଦ୍ର ଶତପଥୀ । ସେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହ ହେବା ପରେ ଆଜି ତାଙ୍କ କାର୍ଯ୍ୟାଳୟ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ବାସ ଭବନ ଉପରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିଲା ଭିଜିଲାନ୍ସ ଟିମ । ଏହି କ୍ରମରେ ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ, ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହ ସ୍ଥିତ ପୈତୃକ ଘର ଓ କଟକରେ ରେଡ୍ ଚାଲିଛି ।

ଏଥିସହ ଭବାନୀପାଟଣାର ଧର୍ମଗଡ ଓ ଜୁନାଗଡ଼ରେ ଥିବା ଦୁଇ ଝିଅଙ୍କ ଘରେ ବି ରେଡ୍ ଚଳାଇଛି ଭିଜଲାନ୍ସ ଟିମ୍ । ଅଧିକ ତଦନ୍ତ ପାଇଁ ରାମଚନ୍ଦ୍ର ଶତପଥୀଙ୍କୁ ଢେଙ୍କାନାଳରୁ ଆଠମଲ୍ଲିକ ନେଇଛି ଭିଜିଲାନ୍ସ ଟିମ୍ । ସମୁଦାୟ ୯ଟି ଟିମ ଏକା ସହିତ ଚଢ଼ାଉ କରୁଛନ୍ତି, ରାମଚନ୍ଦ୍ରଙ୍କର ପ୍ରାୟ ୧୯ରୁ ଅଧିକ ଜାଗା ଥିବାର ସୂଚନା ମିଳିଛି । ଏହାସହ ଅନ୍ୟାନ୍ୟ ସମ୍ପତ୍ତି ବାବଦରେ ଖୋଳତାଡ଼ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।
