ହରଭଙ୍ଗା ଲୋକ ମହୋତ୍ସବ ଚତୁର୍ଥ ସନ୍ଧ୍ୟା; ବ୍ୟଙ୍ଗ କବିତାରେ ଦର୍ଶକ ବିମୋହିତ

0 137

ହରଭଙ୍ଗା:ହରଭଙ୍ଗା ସରକାରୀ ହାଇସ୍କୁଲ ଖେଳ ପଡିଆଠାରେ ହରଭଙ୍ଗା ଲୋକକଳା ଓ ସାଂସ୍କୃତିକ ପରିଷଦର ଆନୁକୂଲ୍ୟରେ ଅନୁଷ୍ଠିତ ତୃତୀୟ ରାଜ୍ୟସ୍ତରୀୟ ହରଭଙ୍ଗା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀମେଳା- ୨୦୨୫ ଚତୁର୍ଥ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ଦିବସର ସନ୍ଧ୍ୟା ମଞ୍ଚ କାର୍ଯ୍ୟକ୍ରମରେ କମିଟିର ସଭାପତି ସଂଗ୍ରାମ କେଶରୀ ବେହେରାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ସାଂସଦ ପ୍ରତିନିଧି ତଥା ଦୈନିକ “ହୀରାଞ୍ଚଳ’ର ପ୍ରତିଷ୍ଠାତା ଯୁଗଳ କିଶୋର ସାମଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଯୁବ ଶିଳ୍ପପତି ଅଶୋକ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ପ୍ରକାଶ ସାହୁ, ସମ୍ପାଦକ ସରୋଜ ଭୋକ୍ତା ଉପସ୍ଥିତ ରହିଥିବା ବେଳେ ନିମନ୍ତ୍ରିତ ଅତିଥି ଗଣଙ୍କୁ ପୁଷ୍ପ ଗୁଚ୍ଛ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ପରେ ହରଭଙ୍ଗାର ପୂର୍ବ ଐତିହ୍ୟ ସଂସ୍କୃତି, ପରମ୍ପରା ଉପରେ ନିମନ୍ତ୍ରିତ ଅତିଥିଗଣ ନିଜନିଜ ମତ ରଖିଥିଲେ । କୋଷାଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ସଭାପତି ଧନ୍ୟବାଦ ପ୍ରଦାନ କରିଥିଲେ । ସଭାକାର୍ଯ୍ୟ ପରେ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ଦ୍ୱାରା ନୃତ୍ୟ ସମ୍ବଲପୁରୀ ବ୍ୟଙ୍କ କବି ଦିଲ୍ଲୀପ ଦୀପଙ୍କ ବ୍ୟଙ୍ଗ କବିତାରେ ଦର୍ଶକ ମୋହିତ ହୋଇଥିବା ବେଳେ ଭଦ୍ରକ ମୋଗଲ ତାମସା, ପ୍ରମାଣ ଡ୍ୟାନ୍ସ ଗ୍ରୁପ ବୌଦ୍ଧ, ପଞ୍ଚମ ଅନୁଷ୍ଠାନ ବଲାଙ୍ଗୀର, କଣ୍ଠ ଶିଳ୍ପୀ ନବୀନ ଓ ପଦ୍ମିନୀ ଦୋରାଙ୍କ ସମ୍ବଲପୁରୀ ଗୀତ ଓ ନୃତ୍ୟ ଉପଭୋଗ କରିଥିଲେ ଦର୍ଶକ । ଅନ୍ୟ ପଟେ ମିନବଜାର, ଚଟପଟି ଖାଦ୍ୟ ଷ୍ଟଲରେ ଲୋକଙ୍କ ଭିଡ଼ ଲାଗି ରହିଥିଲା ।

hiranchal ad1
Leave A Reply

Your email address will not be published.

3 × 5 =