ବାଗ୍‌ଡେଗା ପୋଲ ଉପରେ ଆଣ୍ଠୁଏ ପାଣି, ଗମନାଗମନ ବାଧାପ୍ରାପ୍ତ

0 191

ଚମ୍ପୁଆ, ୨ା୦୮: ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଓ ପଡୁଆ ପଂଚାୟତକୁ ସଂଯୋଗ କରୁଥିବା ବାଗ୍‌ଡେଗା ପୋଲ ଉପରେ ଆଣ୍ଠୁଏ ପାଣି ଯାଉଥିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏହି ପୋଲ ଦୀର୍ଘ ୪ ବର୍ଷ ହେବ ଦୁର୍ବଳ ହୋଇଯାଇଥିଲେ ମଧ୍ୟ, ସାମାନ୍ୟ ମରାମତି କରି ଗମନାଗମନ ବ୍ୟବସ୍ଥା କରାଯାଇଥିଲା । ୨ ଦିନ ଧରି ଲାଗିଥିବା ଲଗାଣ ବର୍ଷାରେ ଏହି ପୋଲ ଉପରେ ଆଣ୍ଠୁଏ ପାଣି ଚାଲିଥିବା ବେଳେ ଏହା ଏକପ୍ରକାର ଧୋଇ ନେଇଥିବା ଦେଖାଯାଇଛି । ସୂଚନା ଅନୁସାରେ ମଙ୍ଗଳପୁର ଓ ପଡୁଆ ପଂଚାୟତ ମଧ୍ୟରେ ଥିବା ଏହି ପୋଲ ଉପରେ ସ୍ଥାନିୟ ଲୋକ ନିର୍ଭର କରିବା ସହ ଝୁମ୍ପୁରା ପଂଚାୟତର ଲୋକ ମାନେ ମଧ୍ୟ ଏହି ପୋଲ ଉପରେ ନିର୍ଭରଶୀଳ ଥିଲେ । ମାତ୍ର ଏହି ପୋଲ ଧୋଇଯିବା ସହ ଦବି ଯିବାରୁ ବର୍ତ୍ତମାନ ଏହା ଉପରେ ନିର୍ଭର କରୁଥିବା ପଡୁଆ, ଭୁଇଁପୁର, ଜାଲି, ଭଣ୍ଡା ଓ ଝୁମ୍ପୁରା ବ୍ଲକର କୁଟୁପୋଶି ଗ୍ରାମର ଅଧିବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ସ୍ଥାନିୟ କୋଲଙ୍କ କହିବା ଅନୁସାରେ ଦୀର୍ଘ ୪ ବର୍ଷ ତଳେ ଏହି ପୋଲ ବିପଦ ସଂକୁଳ ହୋଇଥିଲେ ମଧ୍ୟ ବିଭାଗ ତରଫରୁ ଏଥିପ୍ରତି ଦୃଷ୍ଟି ଦିଆଯାଉନଥିଲା । ଦବିଯାଇଥିବା ପୋଲ ଉପରେ ମୁରୁମ ମାଟି ପକାଇ ଯାତାୟତର ବ୍ୟବସ୍ଥା କରାଯାଇଥିଲେ ହେଁ ଚଳିତ ବର୍ଷାରେ ଏହା ସମ୍ପୂର୍ଣ୍ଣ ଧୋଇଯାଇଛି । ଏପରିକି ଗ୍ରାମ ବାସୀଙ୍କ ପାଇଁ ବସ ସେବା ମଧ୍ୟ ବନ୍ଦ ହୋଇଯାଇଛି । ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆ ନଗଲେ ଏହି ପୋଲ ଉପରେ ନିର୍ଭର କରୁଥିବା ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ ବୋଲି କହିଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା ।

hiranchal ad1
Leave A Reply

Your email address will not be published.

17 + five =