ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ’ର ତ୍ୱରାନ୍ୱିତ ଦାବିରେ ୩ଜିଲ୍ଲା ପକ୍ଷରୁ ପ୍ରତିବାଦ ସଭା, ମିଳିତ ଯୋଜନାବଦ୍ଧ ଲଢେଇ ପାଇଁ ଆହ୍ୱାନ

0 164

ବଲାଙ୍ଗୀର : ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ’ର ତ୍ୱରାନ୍ୱିତ ପାଇଁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସଂଘର୍ଷ ସମିତି ବଲାଙ୍ଗୀର ଶାଖା ଆହ୍ୱାନ କ୍ରମେ ବୌଦ୍ଧ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ବହୁ ବୁଦ୍ଧିଜୀବୀ ଏହି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ । ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଦୈନିକ ହୀରାଞ୍ଚଳ ସଂପାଦକ ଯୁଗଳ କିଶୋର ସାମଲ, ବଳଦେବ ବେଦବାକ, ରାଜେନ୍ଦ୍ର ବିଜୟ ସାହୁ, ବିଶେଶ୍ୱର ପୃଷ୍ଟି, ଶ୍ୟାମଓମ୍‌ ମିଶ୍ର, ଭବାନୀଶଙ୍କର ହୋତା ରେଳ ପ୍ରକଳ୍ପର ମନ୍ଥର ଗତିକୁ ସମାଲୋଚନା କରିଥିଲେ । ମିଳିତ ଯୋଜନାବଦ୍ଧ ଲଢେଇ ପାଇଁ ଆହ୍ୱାନ ଦେଇଥିଲେ । ପ୍ରକଳ୍ପର ସମାପ୍ତି ପାଇଁ ଜୋରଦାର ଲଢେଇ କରାଯିବ ବୋଲି ଉପସ୍ଥିତ ୩ ଜିଲ୍ଲାର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଥିଲେ । ଏହି ପ୍ରତିବାଦ ସଭାରେ ବୀରେନ୍ଦ୍ର ଝାଙ୍କର ମଞ୍ଚ ପରିଚାଳନା କରିଥିଲେ । ଲଢେଇର ଆଗମୀ କାର୍ଯ୍ୟକ୍ରମ ସଂପର୍କରେ ୩ ଜିଲ୍ଲାର ପ୍ରମୁଖ ବୁଦ୍ଧିଜୀବୀମାନେ ନିଜ ନିଜର ମତାମତ ପ୍ରକାଶ କରିଥିଲେ । ଏହି ରେଳ ପ୍ରକଳ୍ପର ମନ୍ଥରତାକୁ ନେଇ ଆଗାମୀ ଅକ୍ଟୋବର ୧୪ରେ ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବାକୁ ଏହି ଅବସରରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଶେଷରେ ମୁନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

three × five =