ଘୁ ଉଦୟଗିରି: ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର କନ୍ଧମାଳ ଆନୁକୁଲ୍ୟରେ ଆଳୁ ଫସଲର ବୈଜ୍ଞାନିକ ପ୍ରଣାଳୀରେ ଚାଷ କୌଶଳ ଓ ଉଭୟ ଅଣ୍ଡା ଓ ମାଂସ ପାଇଁ ସୋନାଲି କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ.ନାରାୟଣ ବାର, ଆରଆରଟିଟିଏସର ଏଡିଆର୍ ଡଃ.ଜ୍ଞାନଲୋକ ଦାସ,ବୈଜ୍ଞାନିକ ଉଦ୍ୟାନ କୃଷି ଡଃ.ସିଦ୍ଧାର୍ଥ କର,ଗୃହ ବିଜ୍ଞାନୀ ସୁମିତ୍ରା ହେମ୍ରମ୍, ଏହେଚଓ ଜି.ଉଦୟଗିରି ଲିପ୍ସା ଦଳବେହେରା, ଅମୂଲ୍ୟ ପାଣିଗ୍ରାହୀ ଆଦି ଯୋଗ ଦେଇ ଆଳୁ ଫସଲର ବୈଜ୍ଞାନିକ ଚାଷ ପ୍ରଣାଳୀ, ସରକାରୀ କୃଷି ଯୋଜନା, ମୂଲ୍ୟ ଯୁକ୍ତ ପଦାର୍ଥ ଉପରେ ଆଲୋଚନା କରିବା ସହିତ ଆଦିବାସୀ ଉପୋଯୋଗୀ ଯୋଜନା ସମ୍ୱନ୍ଧରେ ଆଲୋଚନା କରିଥିଲେ । କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ରେଟୁଡ଼ି, କୁର୍ମୀଙ୍ଗିଆ, ସୁଜେଲି, ମଣ୍ଡାକାଙ୍ଗା, କଇଁଝର,ମାଦାଗୁଡ଼ା, କିରାମାହା ଆଦି ଗ୍ରାମର କୃଷକମାନେ ଯୋଗ ଦେଇଥିଲେ ।