ଆସନ୍ତାକାଲି ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି

0 106

ପୁରୀ : ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥିପାଇଁ ପୁରୀ ପୋଲିସ୍‌ ପକ୍ଷରୁ କାରକେଡ ରିହରସଲ କରାଯାଇଛି । ରାଷ୍ଟ୍ରପତି ଓହ୍ଲେଇବାକୁ ଥିବା ତାଳ ବଣିଆ ହେଲିପ୍ୟାଡରୁ ପୁରୀ ରାଜ ଭାବନ ଓ ରାଜ ଭବନରୁ ଶ୍ରୀମନ୍ଦିର ଯାଏ ଏହି କାରକେଡ ରିହରସଲ ହୋଇଥିଲା । ପୁରୀ ଏସପି କେ ବିଶାଲ ସିଂଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଜଣ ଅଫିସର ନିୟୋଜିତ ହେବେ । ରାଷ୍ଟ୍ରପତି ଯିବା ଆସିବା ରୁଟରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ । ସୂଚନା ଅନୁଯାୟୀ ରାଷ୍ଟ୍ରପତି ପୁରୀରେ ହେଲିକ୍ୟାପ୍ଟର ଯୋଗେ ଦିନ ୧୧ ଟା ୪୦ରେ ତାଳ ବଣିଆ ହେଲିପ୍ୟାଡରେ ଅବତରଣ କରିବେ । ପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଅଭିମୁଖେ ଯିବେ । ଦିନ ୧୨ ଟାରୁ ୧ଟା ଯାଏ ଶ୍ରୀମନ୍ଦିରରେ ରହି ମହାପ୍ରଭୁଙ୍କୁ ଦର୍ଶନ କରିବେ । ପରେ ରାଷ୍ଟ୍ରପତି ସିଂହ ଦ୍ୱାରରେ ଥିବା ଉତ୍କଳମଣି ଗୋପୋବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।ପୁରୀ ରାଜଭବନ ଯାଇ ସେଠାର ମହାପ୍ରସାଦ ସେବନ କରିବେ । ସେଠାରେ କିଛି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପରେ ଦିନ ୩ ଟାରେ ପୁରୀ ରାଷ୍ଟ୍ରପତି ପ୍ରତ୍ୟାବର୍ତ୍ତନ କରିବେ ।

hiring

hiranchal ad1
Leave A Reply

Your email address will not be published.

four × one =