ସଡକ ସୁରକ୍ଷା ପାଳନ ନିମନ୍ତେ ଟିଏନଟି ଅନୁଷ୍ଠାନର ନିଆରା ପ୍ରୟାସ

0 97

ଗଞ୍ଜାମ: “ସଡକ ସୁରକ୍ଷା ଜୀବନ ରକ୍ଷା’,ଏହାକୁ କେବଳ ପାଠ ବହି ମଧ୍ୟରେ ସୀମିତ ନ ରଖି ବାସ୍ତବ ଜୀବନରେ ଫଳପ୍ରଦ କରିବା ନିମନ୍ତେ ଅଗ୍ରଣୀ ଅନୁଷ୍ଠାନ ଟି.ଏନ.ଟିର ୬୪ କଳା ବିକାଶ କାର୍ଯ୍ୟକ୍ରମ ମଧ୍ୟରେ ଅଧ୍ୟୟନରତ ଥିବା ସ୍ପୋକେନ ଇଂରାଜୀର ଛାତ୍ରଛାତ୍ରୀମାନେ ଭିନ୍ନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ପ୍ରଚେଷ୍ଟା କରିଥିଲେ । କମାପଲ୍ଲୀ ଛକ ତଥା ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନ ମାନଙ୍କରେ ହେଲମେଟ ଓ ସିଟବେଲ୍ଟ ପରିଧାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଚକଲେଟ ପ୍ରଦାନ କରିଥିବା ସହ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ସଡକ ସୁରକ୍ଷା ସମ୍ପର୍କିତ ପୋଷ୍ଟରମଧ୍ୟ ପ୍ରଦାନ କରିଥିଲେ ।
ଏଥିରେ ବିଶେଷଭାବେ ଛାତ୍ରୀମାନେ ଯୋଗଦାନ କରିଥିବାରୁ ମହିଳା ସଶକ୍ତିକରଣର ଏକ ସ୍ପଷ୍ଟ ବାର୍ତ୍ତା ମଧ୍ୟ ପ୍ରବାହିତ ହୋଇପାରୁଥିଲା । ସଡକ ସୁରକ୍ଷା ସାମ୍ପ୍ରତିକ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାଶୀଳ ବିଷୟ ହୋଇପଡିଛି । ଉକ୍ତ ବିଭାଗର ମୁଖ୍ୟ ପବନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଜନ ସଚେତନତାମୂଳକ କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ଦ୍ୱିବେଦୀ ଛାତ୍ରଛାତ୍ରୀଙ୍କ ଏହି ସମୟ ଉପଯୋଗୀ ପଦକ୍ଷେପଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 2 =