ନବରାତ୍ରୀ ଅବସରରେ ମାଁ ସୁରେଶ୍ୱରୀଙ୍କ କାଳୀ ବେଶ

0 80

ସୁବର୍ଣ୍ଣପୁର : ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରର ସୁବର୍ଣ୍ଣପୁର ସହର ତଥା ଅଷ୍ଟଚଣ୍ଡୀଙ୍କ ପୀଠରେ ମାଁ ଦୁର୍ଗାଙ୍କ ସହ ଦଶମହାବିଦ୍ୟାଙ୍କୁ ପୂଜା ଆରାଧନା ଆରମ୍ଭ ହୋଇଯାଇଅଛି ।
ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀଦେବୀ ମାତା ସୁରେଶ୍ୱରୀ ଏହି ସମୟରେ ଦଶମହାବିଦ୍ୟା ଅନୁସାରେ ବେଶ ଧାରଣକରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନଦେଉଥିବା ଦେଖିବାକୁ ମିଳିଥାଏ । ସେହି ଅନୁଯାୟୀ ଆଜି ପ୍ରଥମଦିନରେ କାଳୀ ବେଶରେ ମାଁ ସୁରେଶ୍ୱରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନଦେଉଛନ୍ତି ।
ଶାସ୍ତ୍ରୀୟ ମତ ଅନୁଯାୟୀ ମାତା ଭଗବତୀଙ୍କୁ ଦୁଷ୍ଟଶକ୍ତିର ଦୌରାତ୍ମ୍ୟରୁ ରକ୍ଷା କରିବା ପାଇଁ ଏହି ରୂପଧାରଣ କରିବାକୁ ପଡ଼ିଥିଲା । ଏକସମୟର କଥାନୁଯାୟୀ ଦେବଲୋକ (ସ୍ୱର୍ଗପୁର) ଥରହର ହୋଇଉଠିଥିଲା । ସେଥିପାଇଁ ସମସ୍ତ ଦେବତାଗଣ ଦେବଦେବ ମହାଦେବଙ୍କ ଶରଣାପନ୍ନ ହେବାକୁ ହୋଇଥିଲା । ଦେବଦେବ ମହାଦେବ ଏହି କାର୍ଯ୍ୟର ସମାଧାନ କରିବା ପାଇଁ ମାତା ପାର୍ବତୀଙ୍କୁ ନିଜର କିଛି ଅଂଶକୁ ପ୍ରଦାନ କରିଥିଲେ । ଫଳରେ ମାତା ଦୁଷ୍ଟଶକ୍ତିର ନିପାତ କରିବା ପାଇଁ ଏହି ବିକଟାଳ ରୂପକୁ ଧାରଣ କରିବାକୁ ପଡ଼ିଥିଲା । ଯାହାକି ମାତାକାଳୀ ଭାବରେ ପୂଜିତ ହେଲେ । ଫଳରେ ଏହି ସମୟରେ ମାଆଙ୍କୁ ପୂଜା ଆରଧନା କଲେ ସମସ୍ତ ପ୍ରକାରର ଭୟ ବନ୍ଧନରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଅଛି ।
ସେଥିପାଇଁ ନବରାତ୍ରୀ ଅବସରରେ ମାତାଙ୍କ ଏହି ସବୁ ବେଶ ଦର୍ଶନକରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶଉତ୍ସାହଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

three × 4 =