ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜେଡ଼ି ବ୍ଲକ୍ ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସ ଜନସାଧାରଣଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ଯୋଗାଇବା ପାଇଁ ସହଯୋଗର ହାତ ବଢାଇଛନ୍ତି । ନିଜସ୍ୱ ଖର୍ଚ୍ଚରେ ଜନସାଧାରଣଙ୍କର ସେବା ନିମନ୍ତେ ଏକ ଆମ୍ବୁଲାନ୍ସ ଯୋଗାଇଦେଇଛନ୍ତି । ଏଭଳି ମହତ ଉଦ୍ଦେଶ୍ୟ ପାଇଁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଟୁନା ଦାସଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି । ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁରଙ୍କ ଦ୍ୱାରା ଏହି ଆମ୍ବୁଲାନ୍ସର ଶୁଭ ଉଦଘାଟନ କରାଯାଇଛି । ଏହି ଅବସରରେ ବିଧାୟକଙ୍କ ସମେତ ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜି.ଆର୍. ରେଡ୍ଡୀ,ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ବିଜୟ କୁମାର ସୁର, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ,ଶାନ୍ତି ମୈତ୍ରୀ ସମ୍ପାଦକ ଭଗବାନ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏକ ମହତ ଉଦ୍ଦେଶ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ଅଞ୍ଚଳର ଜନସାଧାରଣ ମାଗଣାରେ ଆମ୍ବୁଲାନ୍ସ ସେବା ପାଇବା ସହ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଟୁନା ଦାସ ।