ୱାର୍ଲଡ ଆର୍ଥ ଦିବସ ଉପଲକ୍ଷେ ବାଲୁକା କଳା

0 73

ପୁରୀ : ୱାର୍ଲଡ ଆର୍ଥ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏ ବର୍ଷର ଥିମ କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ଏହି ବାଲୁକା କଳାରେ ପୃଥିବୀକୁ ସରସ ସୁନ୍ଦର କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ଏବଂ ଆମେ ପୃଥିବୀର ଯେତିକି ଯତ୍ନ ନେବା ଆମ ପରିବେଶ ସେତିକି ସୁନ୍ଦର ହୋଇପାରିବ । ସମସ୍ତଙ୍କୁ ତାଙ୍କ ବାଲୁକା କଳାରେ ଆହ୍ୱାନ କରିଛନ୍ତି ଆସ ସମସ୍ତେ ମିଶି ଆମ ପରିବେଶକୁ ସୁନ୍ଦର କରିବା ଆମ ଭବିଷ୍ୟତ ଆମେ ଗଢିବା ।
ଏହି ବାଲୁକା କଳାଟି ୧୨ ଫୁଟ ଓସାର ବିଶିଷ୍ଟ । ଏଥିରେ ୧୨ଟନ ବାଲି ଉପଯୋଗ କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ ବିଶ୍ୱ ପୃଥିବୀ ଦିବସର ବାର୍ତ୍ତା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

six − 5 =