ପୁରୀ : ତତ୍ପରତା ଦେଖାଇଲା ଜଳସେଚନ ବିଭାଗ । ପୁରୀ ଜିଲ୍ଲା ପିପିଲି ଦେଇ ଯାଇଥିବା ଦୟାନଦୀ ବନ୍ଧରେ ଭାରତୀପୁର ଓ କଣ୍ଟି ଠାରେ ଥିବା ଦୁଇଟି କାଜର ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ । ତାଙ୍କ ସହିତ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ରହି ଏହି ଦୁଇ ଗୋଟି କାଜରୁ ନିଷ୍କାସିତ ବନ୍ୟା ଜଳର କିପରି ସଠିକ ପରିଚାଳନା ହୋଇପାରିବ ସେ ନେଇ ସ୍ଥିତି ପରଖି ଥିଲେ । ସ୍ଥିତି ପରଖିବା ପରେ ଚାଷୀ ସମସ୍ୟା ଓ ବନ୍ୟା ଜଳ ନିଷ୍କାସନ ସହ ଉଭୟ କାଜର ସ୍ଥାୟୀ ପ୍ରତିକାର କରିବା ପାଇଁ ସର୍ଭେ ପରେ ପଦକ୍ଷେପ ନିଆଯିବ ଏବଂ ପ୍ରତ୍ୟେକ ଦିଗକୁ ଧ୍ୟାନ ଦେଇ ଉଭୟ କାଜକୁ କିପରି ଆଉ କିଛି ଉଚ୍ଚ କରାଯିବା ସହ ସୁଦୃଢ଼ କରାଯିବ ତା ଉପରେ କାର୍ଯ୍ୟ କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଥିବା ବେଳେ ବିଧାୟକ ମଧ୍ୟ ଚାଷୀଙ୍କ ସମସ୍ୟା ଓ ଉଭୟ କାଜର ସ୍ଥାୟୀ ପ୍ରତିକାର ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।