ବିକ୍ରମ,ସୁଦାମ ଓ ସାରଦା ହେବେ ମନ୍ତ୍ରୀ

0 116

ଭୁବନେଶ୍ୱର: ସସ୍‌ପେନ୍ସ ଉପରୁ ହଟିଲା ପରଦା । ଶେଷରେ ଘୋଷଣା ହୋଇଛି ତିନି ମନ୍ତ୍ରୀଙ୍କ ନାଁ । ବିକ୍ରମ କେଶରୀ ଆରୁଖ,ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ହେବେ ମନ୍ତ୍ରୀ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଲୋକସେବା ଭବନରେ ୩ ମନ୍ତ୍ରୀଙ୍କୁ ଶପଥପାଠ କରାଇବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସୋମବାର ଖାଲି ପଡ଼ିଥିବା ବିଭାଗରେ ୩ ମନ୍ତ୍ରୀ ଶପଥ ନେବେ । ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ,ବାଙ୍ଗିରପୋଷି ବିଧାୟକ ସୁଦାମ ମାର୍ଣ୍ଡି ଓ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଶପଥ ନେବା ପାଇଁ ଫୋନ୍‌ କଲ୍‌ ଯାଇଛି । ୩ ବିଧାୟକଙ୍କୁ ନିଜ ଟିମରେ ରିପିଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଛି ଦିନ ପୂର୍ବରୁ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରିମ କେଶରୀ ଆରୁଖ । ୨୦୧୫ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଜଙ୍ଗଲ ବିଭାଗ ସମ୍ଭାଳିଥିଲେ ବିକ୍ରମ କେଶରୀ । ସେହିପରି ସୁଦାମ ମାର୍ଣ୍ଡି ପୂର୍ବରୁ ରାଜସ୍ୱ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × five =