ଆଶା କର୍ମୀ ସଂଘ ପକ୍ଷରୁ ୧୪ ଦଫା ଦାବିପତ୍ର ପ୍ରଦାନ

0 54

ନନ୍ଦାହାଣ୍ଡି:ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଠାରେ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ ୧୪ ଦଫା ଦାବୀପତ୍ର ବ୍ଲକ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁଙ୍କୁ ଉକ୍ତ ଦାବୀଗୁଡିକ ପୁରଣ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂଘ ତରଫରୁ ଅନୁରୋଧ କରାଯାଇଛି । ମୁଖ୍ୟ ଦାବି ଗୁଡ଼ିକ ମଧ୍ୟରେ ଆଶା କର୍ମୀମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉ । ଆଶା କର୍ମୀ ମାନଙ୍କର ମାସିକ ପାରିଶ୍ରମିକ ୧୮,୦୦୦/-ଟଙ୍କା, ସାମାଜିକ ସୁରକ୍ଷା ତଥା ପ୍ରଭିଡେଣ୍ଟ ଫଣ୍ଡ, ବୀମା, ପେନସନ ବ୍ୟବସ୍ଥା ଲାଗୁକରାଯାଉ । ଆଶା କର୍ମୀ ମାନେ କାର୍ଯ୍ୟରତ ଥିବା ସମୟରେ ସେମାନଙ୍କର ଦୁର୍ଘଟଣା ଜନୀତ କିମ୍ବା ସାଧାରଣ ମୃତ୍ୟୁ ଘଟିଲେ ୫,୦୦,୦୦୦- ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉ । ଆଶା କର୍ମି ମାନଙ୍କୁ କାର୍ଯ୍ୟରୁ ଅବସର ଦିଆଯିବା ସମୟରେ ୪,୦୦,୦୦୦/-ଟଙ୍କାର ଅବସରକାଳିନ ସହାୟତା ରାଶି ପ୍ରଦାନ କରାଯାଉ ଓ ମାସିକ ଭତ୍ତା ୫୦୦୦/- ଟଙ୍କା ପ୍ରଦାନ କରାଯାଉ । ଶିକ୍ଷିତା ଆଶା କର୍ମୀ ମାନଙ୍କୁ ଟିକା କରଣ ନିମନ୍ତେ ତାଲିମ ଦେବାର ବ୍ୟବସ୍ଥା କରାଯାଉ । ଯୋଗ୍ୟତା ଧାରୀ ଆଶା କର୍ମୀ ମାନଙ୍କୁ ନର୍ଦ୍ଦିଷ୍ଟ ବୟସ ସୀମା ହଟା ଯାଇ ଏଏନଏମ ପଦବୀରେ ନିଯୁକ୍ତି ଦେବା ସମୟରେ ପ୍ରାଥମିକତା ପ୍ରଦାନ କରାଯାଉ ଏହି ଭଳି ଅନେକ ଦାବି ଏହି ଦାବି ପତ୍ରରେ ଉଲ୍ଲେଖ ରହିଛି । ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୂର ସଂଘ, ନବରଙ୍ଗପୁର ଜିଲ୍ଲାର ଉପଦେଷ୍ଟା ପରମେଶ୍ୱର ବିଷୋୟୀ, ରାଜ୍ୟ ଆଶା କର୍ମୀ ସଂଘର ସଭାନେତ୍ରୀ ଗୀତାଞ୍ଜଳୀ ହରିଜନ, ଜିଲ୍ଲା ଆଶା କର୍ମୀ ସଂଘର ସମ୍ପାଦିକା ସଞ୍ଜୁ ନାୟକ, ବ୍ଲକ ସଭାନେତ୍ରୀ ଅଞ୍ଜଳୀ ବେନ୍ୟା, ବ୍ଲକ ସମ୍ପାଦିକା ବୈଜୟନ୍ତୀ ଟାକ୍ରୀ, ବ୍ଲକ ଉପସଭାନେତ୍ରୀ ପ୍ରଫୁଲ୍ଲ କୁମାରୀ ହରିଜନ, କୋଷାଧିକ୍ଷା ସୁନାମଣୀ ବିଷୋୟୀ ସମେତ ବ୍ଲକର ସମସ୍ତ ୧୦୮ ଆଶା କର୍ମୀ ଉପସ୍ଥିତ ରହି ଥିଲେ ।

hiranchal ad1
Leave A Reply

Your email address will not be published.

fifteen − 10 =