ପୁଣି ବଢ଼ିଲା ବସ୍‌ ଭଡ଼ା

0 80

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ଯାତ୍ରୀବାହୀ ବସ୍‌ ଭଡ଼ା । ଅଟୋମେଟିକ ମେକାନିଜିମ ଆଧାରରେ ବସ୍‌ ଭଡ଼ା ବଢିଛି । ବସ୍‌ ଭଡା ବୃଦ୍ଧି ନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସୂଚନା ଅନୁସାରେ ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି । ଫଳରେ ସାଧାରଣ ବସ୍‌ ଭଡା କିମି ପିଛା ୯୦ରୁ ୯୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ୯୪ରୁ ୯୬ ପଇସାକୁ ବଢ଼ିଛି ।ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି । ପୂର୍ବରୁ ଡିଲକ୍ସ ଭଡ଼ା କିମି ପିଛା ୧ ଟଙ୍କା ୩୧ ପଇସା ଥିବା ବେଳେ ଏବେ ୧ ଟଙ୍କା ୩୫ ପଇସା ହୋଇଛି । ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୯ରୁ ୧ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି । ସୁପର ପ୍ରିମିୟମ୍‌ ବସ୍‌ ଭଡ଼ା କିମି ପିଛା ୬ ପଇସା ବଢ଼ିଛି । ପୂର୍ବରୁ ପ୍ରିମିୟମ୍‌ ଭଡ଼ା କିମି ପିଛା ୨ ଟଙ୍କା ୪୭ ପଇସା ଥିବା ବେଳେ ଏବେ ଏହା ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି । ସୂଚନାରୁ ପ୍ରକାଶ, ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ରାଜ୍ୟରେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ତୈଳ ଦର ବଢୁଛି ।ଯେଉଁଥିପାଇଁ ଅଟୋମେଟିକ ମେକାନିଜିମ ଆଧାରରେ ଆଜି ପୁଣି ଥରେ ଭଡା ବୃଦ୍ଧି ପାଇଛି ।

hiranchal ad1
Leave A Reply

Your email address will not be published.

five × 3 =