ଚତୁର୍ଥ ଗନ୍ଧରାଢ଼ି ଲୋକ କଳା ମହୋତ୍ସବ ଅବସରରେ ଆଲୋଚନାଚକ୍ର

0 313

ଜହ୍ନ।ପଙ୍କ, ୧୩/୫: ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଚତୁର୍ଥ ଗନ୍ଧରାଢ଼ି ଲୋକ କଳା ମହୋତ୍ସବ ଅବସରରେ ଗନ୍ଧରାଢ଼ି ର ସଂସ୍କୃତି ଓ ଐତିହାସିକ ପୃଷ୍ଠଭୁମି ସମ୍ପର୍କିତ ଏକ ଆଲୋଚନା ଚକ୍ର ମଙ୍ଗଳବାର ପୂର୍ବାହ୍ନରେ ଉଦଘାଟିତ ହୋଇ ଯାଇଛି l ଗନ୍ଧରାଡ଼ି ଲୋକ କଳା ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଉକ୍ତ ଆଲୋଚନା ଚକ୍ରକୁ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଡାଙ୍ଗ ସମ୍ମାନୀତ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ ମହାନ୍ତି, ଯାଦବ କିଶୋର କର୍ଣ୍ଣ, ଅବସର ପ୍ରାପ୍ତ କୃଷି ଅଧିକାରୀ ସତ୍ୟାନନ୍ଦ ଜେନା ଯୋଗ ଦେଇଥିଲେ | ଆଲୋଚକ ଭାବରେ ଅଧ୍ୟାପକ ଲଳିତ କୁମାର୍ ମେହେର, ସାହିତ୍ୟିକ ତଥା ଗବେଷକ ସତ୍ୟଜିତ କୁମାର ପଣ୍ଡା, ଅଧ୍ୟାପକ ସଦାନନ୍ଦ ମାହାର, ଅଧ୍ୟାପକ ଡ. ଅମରେଶ୍ ସାହୁ ଯୋଗ ଦେଇ ଗନ୍ଧରାଡ଼ିର ସଂସ୍କୃତି ଓ ଐତିହାସିକ ପୃଷ୍ଠଭୂମି ଉପରେ ଆଲୋଚନା କରି ଜଗତି ପୂର୍ବେ ଓଡିଶାର ରାଜଧାନୀ ଥିବା ସହିତ ବିଭିନ୍ନ ରାଜାଙ୍କ ଶାସନ କାଳରେ ଏହା ଉଡ୍ର, ଧୃତିପୁର, ଯଯାତିନଗର, ଗନ୍ଧର୍ବପାଟଣା ବୋଲି ଯୁକ୍ତି ବାଢି ଥିଲେ। ତେବେ ସୋମବଂଶୀ ରାଜାଙ୍କ ସମୟରେ ଆର୍ଥିକ ସ୍ଥିତି ସୁଦୃଢ ଥିବା ଏହି ଯମଜ ମନ୍ଦିର(ହର ଓ ହରି )ରୁ ଜଣାପଡେ। ଅନ୍ୟ ପକ୍ଷରେ ରାଜା ଓ ରାଣୀ ଶୈବ ଏବଂ ବିଷ୍ଣୁ ଭକ୍ତ ଥିବାରୁ ଏହି ମନ୍ଦିର ଦ୍ବୟ ନିର୍ମାଣ କରାଯାଇଥିବା ଗବେଷକମାନେ ମତବ୍ୟକ୍ତ କରନ୍ତି। ତେବେ ଏହି ମନ୍ଦିରର ନିର୍ମାଣ ଶୈଳୀ, ଏହାର କଳା, ଭାସ୍କର୍ଯ୍ୟ ପୃଥିବୀରେ ବିରଳ। କିନ୍ତୁ ଏଭଳି କୀର୍ତିରାଜ ବୌଦ୍ଧରେ ଆଜି ଅବହେଳିତ। ତେବେ ଏହାର ଉନ୍ନତି କରଣ ଯେଭଳି ଭାବରେ ହେବା କଥା ହୋଇ ନାହିଁ। ବୌଦ୍ଧର ପରିଚୟ ଗନ୍ଧରାଢ଼ି କୁ ନେଇ କରାଯାଇପାରେ। ଯଦି ଆମେ ବୌଦ୍ଧ ବାସୀର ପରିଚୟ ନଦେଇ ଗନ୍ଧରାଢ଼ି ବୋଲି ପରିଚୟ ଦେବା ନିଶ୍ଚୟ ଦିନେ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ଗାନ୍ଧରାଢ଼ି ଗବେଷକ ଡଃ ଅମରେଶ ସାହୁ କହିଥିଲେ। ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ବାସୁଦେବ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାହିତ୍ୟିକ ନୀଳ ଲୋହିତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାହିତ୍ୟିକ ଗୋପାଳ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଲଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ, ଗନ୍ଧରାଢ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପ୍ରଭାତ କୁମାର ଶତପଥି, କମିଟି ସମ୍ପାଦକ ଶମ୍ଭୁ ଗିରି, କୋଷାଧକ୍ଷ ନିରଂଜନ ଗିରି ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

four × 5 =